Saturday , October 16 2021
Breaking News
Home / ବିଶେଷ / ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀ

    ପ୍ରଗତିଶୀଳ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜାନକୀ

ନିରାକାରପୁର, ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ଆସାମର ପୂର୍ବତନ ରାଜ୍ୟପାଳ ଓ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରାରେ ଜଣେ ସାହିତିକ, ସାମ୍ବାଦିକ ଓ ରାଜନୈତିକ ବ୍ୟକ୍ତି ଥିଲେ । ସେ ରାମେଶ୍ୱର ଭଳି ଏକ ମଫସଲ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ବି ଓଡ଼ିଶା ରାଜନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ । ସେ ଯେତେ ଉଚ୍ଚସ୍ଥାନରେ ଥିଲେ ବି ନିଜ ଜନ୍ମ ମାଟିକୁ ଭୁଲି ନଥିଲେ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା ତାଙ୍କ ଜନ୍ମମାଟି ରାମେଶ୍ୱର ନିଜର ବଗିଚାରେ ଅନୁଷ୍ଠିତ ତାଙ୍କ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ଅନୁଷ୍ଠିତ ସଭାରେ ବିଷ୍ଟିଷ୍ଟ ଅତିଥିମାନେ ମତପୋଷଣ କରିଥିଲେ । ଜାନକୀ ପଟ୍ଟନାୟକ ସ୍ମୃତି କମିଟି ସଭାପତି ନୀଳକଣ୍ଠ ରଥଙ୍କ ସଭାପତିରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଖଣ୍ଡପଡ଼ା ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ସେ ଜଣେ ଓଡ଼ିଶାର ସଫଳ ରାଜନୈତିକ ବ୍ୟକ୍ତି ଥିଲେ । ସଫଳର ଶୀର୍ଷରେ ଥିଲେ ବି କେବେ ହେଲେ ନିଜ ଗାଁକୁ ଭୁଲି ନଥିଲେ । ବାରମ୍ବାର ଗ୍ରାମକୁ ଆସି ନିଜ ବଗିଚାରେ ସାହିତ୍ୟ ରଚନା କରିବାରେ ଆନନ୍ଦ ଅନୁଭବ କରୁଥିଲେ । ତାଙ୍କର ଏହି ସ୍ଥାନଟିଥିଲା ସାହିତ୍ୟ ରଚନା କରିବାର ସ୍ଥାନ । ରାଜ୍ୟ ତଥା ଭାରତ ରାଜନୈତିକ କ୍ଷେତ୍ରରେ ନିଜର ବଳିଷ୍ଠ ନେତୃତ୍ୱକୁ ସଫଳତାର ସହ ପ୍ରତିପାଦନ କରି ପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଟଣୀର ବିଧାୟକ ସୁରେଶ କୁମାର ରାଉରାୟ କହିଥିଲେ ରାଜ୍ୟର ବିକାଶ ଓ ହଜାର ଦିନରେ ହଜାର ଶିଳ୍ପର ସ୍ୱପ୍ନ କେବଳ ଜାନକୀ ପଟ୍ଟନାୟକ ଦେଖିଥିଲେ । ତାଙ୍କ ସମୟରେ ରାଜ୍ୟର ଦ୍ରୁତ ବିକାଶ ହୋଇଥିଲା । ପୂର୍ବତନ ବିଧାୟକ ଡ଼. ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ଯୋଗଦେଇ ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରାରେ ସାହିତିକ, ସାମ୍ବାଦିକ ଓ ରାଜନୈତିକ ବ୍ୟକ୍ତି ଥିଲେ । ତାଙ୍କ ସମୟରେ ଭାରତ ତଥା ଓଡ଼ିଶାକୁ ପ୍ରଗତିଶୀଳ କରିବାକୁ ଚେଷ୍ଟା କରିଥିଲେ । ସେ ରାମାୟଣ ,ମହାଭାରତ, ଭାଗବତକୁ ଓଡ଼ିଆରେ ଅନୁବାଦ କରିଥିଲେ । କୃଷକମାନଙ୍କ ଉନ୍ନତି ପାଇଁ ରାମେଶ୍ୱରରେ ମଲାଗୁଣୀରେ ବ୍ୟାରେଜ ନିର୍ମାଣ କରି ନିଜର କୃଷକ ପ୍ରୀତି ପରିଚୟ ପ୍ରଦାନ କରିଥିଲେ ବୋଲି କହିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର ଜାନକୀ ବଲ୍ଲଭଙ୍କୁ ଜଣେ ବିଚକ୍ଷଣ ରାଜନୈତିକ ବ୍ୟକ୍ତି ଥିଲେ  । ତାଙ୍କୁ ଲୋକେ ସବୁବେଳେ ମନ ରଖିଥିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାନକୀ ପଟ୍ଟନାୟକଙ୍କ ପୁତ୍ର ପୃଥୀବଲ୍ଲଭ ପଟ୍ଟନାୟକ, ଆବାହକ ଇଂ ବିଶ୍ୱ ମୋହନ ପଟ୍ଟନାୟକ ,ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ,ଯୁବନେତା ବିଶ୍ୱଭୂଷଣ ଛୋଟରାୟ, ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ନରେନ୍ଦ୍ର , ବରିଷ୍ଠ ନେତା ବିଜୟ କୁମାର ମହାପାତ୍ର,ସରପ ପ୍ରମୋଦ କୁମାର ତ୍ରିପାଠୀ, ଯୁବନେତା ରଞ୍ଜୀତ ଜଗଦ୍ଧେବ , ପୂର୍ବତନ ସରପ ସୁବାଷ ଦଳସିଂହାରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏକାଧିକ କବି ନିଜ ନିଜର କବିତା ପାଠ କରିଥିଲେ ।ଏହି କବିତା ପାଠ ଉତ୍ସବକୁ ଶିକ୍ଷାବିତ ଦିବ୍ୟସିଂହ ତ୍ରିପାଠୀ ଓ ଚକ୍ରଧର ତ୍ରିପାଠୀ ପରିଚାଳନା କରିଥିଲେ । ସଭା ମଂଚକୁ ଦୀପ୍ତିରଞ୍ଜନ ପାଇକରାୟ ସଂଚାଳନ କରିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ବିପିନ କୁମାର ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜସେବୀ ଚନ୍ଦ୍ରମୋହନ ପଟ୍ଟନାୟକ ଓ ବୀରେନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *