Saturday , October 16 2021
Breaking News
Home / ବିଶେଷ / ପାରାଦୀପରେ ମଶାଙ୍କ ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିବାରେ ପୌର ପ୍ରଶାସନ ବିଫଳ

ପାରାଦୀପରେ ମଶାଙ୍କ ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିବାରେ ପୌର ପ୍ରଶାସନ ବିଫଳ

ପାରାଦୀପ ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ଗତ ଏପ୍ରିଲ୍ ମାସରୁ ଶେଷ ହେଲାଣି । ନିର୍ବାଚିତ ପାରିଷଦ ମାନେ ତାଙ୍କ କାର୍ଯ୍ୟକାଳ ସମୟରେ ନିଜନିଜ ୱାର୍ଡରେ ବ୍ଲିଚିଂ ପାଉଡର, ମଶାତେଲ ପକାଇବା, ନାଳ ନର୍ଦ୍ଧମା ସଫା, ଡଷ୍ଟବିନ୍ ନିକଟରୁ ଅଳିଆ ଉଠା କାର୍ଯ୍ୟକୁ ତଦାରଖ କରୁଥିଲେ । ସଫେଇ କର୍ମଚାରୀମାନଙ୍କୁ ପାରିଷଦ ମାନେ ଏ ସବୁ କାର୍ଯ୍ୟ କରିବାକୁ ତାଗିଦ୍ କରୁଥିଲେ । ହେଲେ ଏବେ ଆଉ ପାରିଷଦ ମାନେ ନାହାଁନ୍ତି । ତେଣୁ ସହରସାରା ମଶାଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ପାରାଦୀପ ପୌରଚଂଳବାସୀ ମଶାଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହେଲେଣି, ପୌରପ୍ରଶାସନ କର୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ସଧାରଣରେ ନିନ୍ଦା କରାଗଲାଣି । କି ଦିନ କି ରାତି ବଜାର ହେଉ ବା ଘର ସବୁଠି ମଶାଙ୍କ ରାଜୁତି ଦେଖିବାକୁ ମିଳୁଛି । ଏହା ମଧ୍ୟରେ ସହରରେ ମଶା ଧୂଆଁ ଗାଡି ବୁଲିବା ଦେଖିବାକୁ ଆଉ ମିଳୁନି । ବଜାରରେ କୌଣସି ସ୍ଥାନରେ ଠିଆ ହେଲେ ବା ସଉଦା କିଣିବା ବେଳେ ମଢକୁ ଶାଗୁଣା ଘେରିବା ଭଳି ଲୋକମାନଙ୍କୁ ମଶାମାନେ ଘେରି ଯାଉଛନ୍ତି । ଘରେ ମଧ୍ୟ ସମଦଶା ମଶାଧୂପ, ଲିକୁଇଡ୍ ନ ଲଗାଇଲେ ଘରେ ବସି ହେଉ ନାହିଁ । ମଶା ମାନଙ୍କର ଆକ୍ରମଣ, ପୌର ପ୍ରଶାସନ ଏସବୁକୁ ଅଣଦେଖା କରି ଚାଲିବା ଦୁଃଖର ଘଟଣା । ସହର, କଲୋନୀ, ବସ୍ତି ଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠୁ ହୋଲଡିଙ୍ଗ ଟ୍ୟାକ୍ସ, ସଫେଇ ଦେୟ ଆଦାୟ କରି ରାଜସ୍ୱ ବଢାଉଥିବା ପୌର କର୍ତୃପକ୍ଷ ଜନସାଧାରଣଙ୍କୁ ଏହି ମୌଳିକ ସେବା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସହରରେ ଚର୍ଚ୍ଚା ହେଉଛି । ପୌର କର୍ତୃପକ୍ଷ ଯଦି ଏଦିଗରେ ଧ୍ୟାନ ନଦିଅନ୍ତି ତେବେ ସହରବାସୀ ମ୍ୟାଲେରିଆ ରୋଗରେ ପିଡୀତ ହେବେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *