Sunday , October 1 2023
Home / ବିଶେଷ /   ଧର୍ମପରାୟଣା ମହିଳାଙ୍କ ପରଲୋକ

  ଧର୍ମପରାୟଣା ମହିଳାଙ୍କ ପରଲୋକ

ଗରଦପୁର, ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ନଡିଆବରାଇ ଗ୍ରାମର ଧର୍ମପରାୟଣା ମହିଳା ଅନ୍ନପୂର୍ଣ୍ଣା ପରିଜା(୮୫)ଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ସ୍ନେହୀ, ଅମାୟିକ ଏବଂ ବନ୍ଧୁବତ୍ସଳ ମହିଳା ଥିଲେ । ବାର୍ଦ୍ଧକ୍ୟରେ ଦୀର୍ଘ ଦିନ ଧରି ଅସୁସ୍ଥ ଯୋଗୁଁ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ଜିଲ୍ଲା ପରିଷଦ ସଭ୍ୟା ସୁଜାତା ରାଉତରାୟ, ନଡିଆବରାଇ ସରପଂଚ ଦୀପିକା ପ୍ରିୟଦର୍ଶିନୀ, ସାନଅଢଙ୍ଗା ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ, ବଙ୍ଗାଳପୁର ସରପଂଚ ରେଣୁକା ସାମଲ, ବନ୍ତଳା ସରପଂଚ ନିଳିମା ସାମଲ, ବିଜେଡି ବ୍ଲକ୍ ସଭାପତି ଶଶାଙ୍କ ଶେଖର ପରିଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ମାହାଳି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ସ୍ୱାଇଁ, ବିଜେପି ନେତା ପ୍ରସନ୍ନ ପଣ୍ଡା, ଭରତ ରାଉତ, କ୍ଷିତିଶ ଦାସ, ଅଜୟ ଦାସ, ନଡିଆବରାଇ କୃଷି ସମବାୟ ସମିତିର ପୂର୍ବତନ ସଭାପତି ପ୍ରମୋଦ ମହାପାତ୍ର ପ୍ରମୁଖ ତାଙ୍କର ଶେଷଦର୍ଶନ କରିଥିବାବେଳେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ସମାଜସେବୀ ଶ୍ରୀକାନ୍ତ ନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୃତୁ୍ୟ ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ଜ୍ୟେଷ୍ଠପୁତ୍ର ଅମୀୟ କୁମାର ପରିଜା ମୁଖାଗ୍ନୀ ଦେଇଥିଲାବେଳେ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *