ପାରାଦ୍ୱୀପ ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଜଗତସିଂହପୁର ଜିଲ୍ଲାରେ କୁଜଙ୍ଗ ଭକ୍ତ ଗୋଷ୍ଠୀ ଆନୁକୁଲ୍ୟରେ ସରୋଜ କୁମାର ପଟ୍ଟନାୟକଙ୍କର ପୌରହିତରେ ତାଙ୍କ ବାସଭବନ ବଳରାମପୁରସ୍ଥିତ ମହା ସମାରୋହରେ ପାଳିତ ହୋଇ ଯାଇଛି । କରମଳା ସ୍ଥିତ ଶାନ୍ତି ଆନନ୍ଦ ଆଶ୍ରମ ର ସାଧୁ ଶ୍ରୀ ସଦାନନ୍ଦ ଦାସ ମହାରାଜଙ୍କର ତତ୍ୱାବଧାନରେ ଆୟୋଜିତ ଧାର୍ମିକ ଉତ୍ସବରେ ଶ୍ରୀ ଶ୍ରୀ ଠାକୁର ଅଭିରାମ ପରମହଂସ ଦେବଙ୍କ ନୀତିକାନ୍ତି ଓ ଷୋଡଶ ଉପଚାର ପୂଜା ବିଧି ପ୍ରାତଃ ମୂହୁର୍ତରେ ଆରମ୍ଭ ହୋଇଥିଲା ଏବଂ ମଧ୍ୟାହ୍ନରେ ଭଜନ କୀର୍ତନ ନାମ ଯଜ୍ଞ ସହିତ ଶ୍ରୀ ଶ୍ରୀ ଠାକୁର ର ଲୀଳାମୃତ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଠାକୁର ଅଭିରାମ ପରମହଂସ ଦେବଙ୍କ ଭକ୍ତ ଗୋଷ୍ଠି ସହିତ, ବହୁ ସାଧାରଣ ଲୋକ ଉତ୍ସବ ରେ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ରାଜ୍ୟ ବିଜେଡି ସଂପାଦକ ତଥା ବରିଷ୍ଠ ଶ୍ରମିକ ନେତା, ସମାଜ ସେବୀ ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ଆଇନ୍ଜୀବି ସୁଶାନ୍ତ କୁମାର ପଟ୍ଟନାୟକ, ସୁବୋଧ କୁମାର ପଟ୍ଟନାୟକ, ସଂଗ୍ରାମ କୁମାର ପଟ୍ଟନାୟକ, ସଂଜୀବ କୁମାର ପଟ୍ଟନାୟକ ଓ ତାଙ୍କ ପରିବାର ବର୍ଗ ପରଚାଳନା କରିଥିଲେ । ଓଡ଼ିଶା ସମାଚାର