Saturday , October 16 2021
Breaking News
Home / ବିଶେଷ / କୁଳମଣି ଓ ଦିବ୍ୟସିଂହଙ୍କ ମୃତ୍ୟୁ ପରେ ମାହାଙ୍ଗା ରେ ଉତ୍ତେଜନା ଜାରି : ପୋଲିସ ମୁତୟନ

କୁଳମଣି ଓ ଦିବ୍ୟସିଂହଙ୍କ ମୃତ୍ୟୁ ପରେ ମାହାଙ୍ଗା ରେ ଉତ୍ତେଜନା ଜାରି : ପୋଲିସ ମୁତୟନ

ମାହାଙ୍ଗା , ୦୩/୦୧/୨୦୨୧( ଓଡିଶା ସମାଚାର /ଅଭୟ ଜେନା) କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା କହିଛନ୍ତି କୁଳମଣି ଓ ଦିବ୍ୟସିଂହଙ୍କ ମୃତ୍ୟୁ ଆମ ପାଇଁ ନୁହେଁ ବରଂ ଅଞ୍ଚଳ ବାସୀ ଙ୍କ ପାଇଁ ଦୁଃଖ ଦାୟକ ଘଟଣା । ରାଜନୈତିକ ଅଭିସନ୍ଧି ରଖି ଏକ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି।ଏଠି ଶାସକ ଦଳ ର ଯିଏ ନେତୃତ୍ବ ନେଉଛି ତାଙ୍କର ଇଙ୍ଗିତରେ ଏହି ହତ୍ୟାକାଣ୍ଡ କରାଯାଇଥିବା ଅଭିଯୋଗ କରିବା ସହ ଶାସକ ଦଳ ର ସ୍ଥାନୀୟ ନେତୃତ୍ବ ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଉପସଭାପତି ବୈଜୟନ୍ତ ପଣ୍ଡା ଏହାର ଦୃଢନିନ୍ଦା କରିଛନ୍ତି । ତେବେ ବିଜେପି ର ଅଭିଯୋଗ ଉପରେ ଶାସକ ଦଳ ର ପ୍ରତିକ୍ରିୟା ମିଳିପାରିନାହିଁ। ଓଡ଼ିଶା ସମାଚାର

About admin

Check Also

ଜାନୁଆରୀ ପହିଲାକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ନିବେଦନ

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱରେ ଭିନ୍ନ ଭିନ୍ନ ଦିବସ ପାଳନ ହେଉଥିବା ବେଳେ ‘ପ୍ରାର୍ଥନା ଦିବସ’ ପାଳନ ହେଉନାହିଁ । ଆସନ୍ତୁ …

Leave a Reply

Your email address will not be published. Required fields are marked *