ପାରାଦ୍ୱୀପ ୦୩/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆହ୍ୱାନ କମ୍ବାଇନ୍ସ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୧ତାରିଖ ଦିନ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ଏହି ଶିବିରଟି ବିର୍ସାମୁଣ୍ଡା ମେମୋରିଆଲ ନବପ୍ରଭାତ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରାଦ୍ୱୀପ ବନ୍ଦରର ମୁଖ୍ୟ ଅର୍ଥ ପରାମର୍ଶଦାତା ଧିରେନ୍ଦ୍ର ନାଥ ସୋଧି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାରାଦ୍ୱୀପ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବନ୍ଦର ମୁଖ୍ୟଯନ୍ତ୍ରୀ ବ୍ରଜ ବିହାରି ମିଶ୍ର, ଆସିଷ୍ଟା ଟ୍ରାଫିକ୍ ମ୍ୟାନେଜର କେ.ରବି କୁମାର, କୁଜଙ୍ଗ ଫରେଷ୍ଟ ରେଞ୍ଜ ଅଧିକାରୀ ପ୍ରମୁଖ ସମ୍ମାନୀତି ଅତିଥିଭାବେ ଯୋଗଦେଇଥିଲେ । ଆହ୍ୱାନ କମ୍ବାଇନ୍ସର ସଭାପତି ସାଗର କୁମାର ବିଶ୍ୱାଳ, ସମ୍ପାଦକ ପ୍ରଭାତ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଦ୍ୱାରା ଏହି ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା । ଏହି ଶିବିରରୁ ୧୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କଟକ ସେଂଟ୍ରାଲ୍ ରେଡକ୍ରସ୍ ବ୍ଳଡବ୍ୟାଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା । ଏଠାରେ ପ୍ରକାଶ ଥାଉ କି, କରୋନା ମହାମାରୀ ସମୟରେ ସମାଜର ମଙ୍ଗଳ ଏବଂ ରକ୍ତର ଆବଶ୍ୟକତା କୁ ଉପଲବ୍ଧି କରି କମ୍ବାଇନ୍ସ ତରଫରୁ ୮ତମ ରକ୍ତଦାନ ଶିବିରଟି ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର