କ୍ରୀଡା ମଣିଷ ଜୀବନର ଅବିଛେଦ ଅଙ୍ଗ
ନିରାକାରପୁର, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ବାବା ସାହେବ ଆମ୍ବେଦକର ପ୍ପୋର୍ଟ ଆସୋସିଏୟନ ମୁଣ୍ଡାଆମ୍ବ ଆନୁକୂଲ୍ୟରେ ଚାଲିଥିବା ୫ବାର୍ଷିକ ଫୁଟୁବଲ ଟୁର୍ଣ୍ଣାମେଂଟର ଫାଉଇନାଲ ମ୍ୟାଚରେ କାଳିଆସଣ୍ଡ ପ୍ପୋଟିଙ୍ଗି କ୍ଲବ ବନାମ ଏଜେ କ୍ଲବ ପାଇକିତିଗିରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଖେଳର ପ୍ରଥମାର୍ଦ୍ଧ ବହୁତ ସଂଘର୍ସ ପୁର୍ଣ୍ଣ ଥିବା ବେଳେ କେହି କାହାଉପରେ ଗୋଲ ଦେଇପାରିନଥିଲେ । ଦିତୀୟାର୍ଦ୍ଧରେ ଡୋଭାପାଟ୍ଟଣା ଦଳ ପାଇକ ତିଗିରିକୁ ଏକ ଗୋଲ ଦେବାରେ ସମର୍ଥ ହୋଇ ଚଳିତ ବର୍ଷ ପାଇଁ ଚମ୍ପିଆନ ହୋଇଥିଲା । ସମାଜସେବୀ କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ,ସମ୍ମାନିତ ଅତିଥି ଭାବେ ୩ନଂ ଜୋନ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରୁଦ୍ରଭାନୁ ନରେନ୍ଦ୍ରସିଂ ଅନ୍ୟତମ ଅତିଥି ଭାବେ ଯୁବନେତା ବିଶ୍ୱଭୂଷଣ ଛୋଟରାୟ,ସମାଜସେବୀ ଅକ୍ଷୟ ଉଦୟସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।କ୍ରୀଡା ମଣିଷ ଜୀବନର ଅବିଛେଦ ଅଙ୍ଗ ସଦାବେଳେ ଖେଳୁଆଡ ମନୋବୃର୍ତି ନେଇ କ୍ରୀଡା ପଦର୍ଶନ କରିବା କଥା । ଯାହା ଫଳରେ ଖେଳାଳି ଗୋଲରେ ପହଁଚିପାରିବ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ବିଜୟୀ ଦଳ ଓ ରନର୍ସ ଦଳକୁ ମୁଖ୍ୟ ଅତିଥି ଟ୍ରଫି ଓ ନଗଦ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶରତ କୁମାର ଛୋଟରାୟ,ସିକାନ୍ତ ପ୍ରଧାନ,ଚିତରଂଜନ ପରିଡା ଖୋଳକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର