Tuesday , December 7 2021
Breaking News
Home / ରାଜନୀତି / ସ୍ୱରୂପ ରାଉତରାୟ ହେଲେ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି

ସ୍ୱରୂପ ରାଉତରାୟ ହେଲେ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି

କେନ୍ଦ୍ରାପଡା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ଯୁବନେତା ସ୍ୱରୁପ ରାଉତରାୟଙ୍କୁ କେନ୍ଦ୍ରାପଡା ଜିଲ୍ଲା ଛାତ୍ର ବିଜେଡିର ଉପସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଜଣେ ଦକ୍ଷ ଛାତ୍ର ସଂଗଠକ ଭାବେ ସାଧାରଣରେ ପରିଚିତ ସ୍ୱରୁପଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ।  କଲେଜ ଜୀବନରୁ ବିଜେଡି ଛାତ୍ର ସଂଗଠନ ସହ କାର୍ଯ୍ୟ କରିଆସୁଥିବା ଶ୍ରୀ ରାଉତରାୟ ଛାତ୍ରମାନଙ୍କୁ ସଂଗଠିତ କରି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ଏହି ନିଯୁକ୍ତି ପାଇଁ ଶ୍ରୀ ରାଉତରାୟ ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁସବ୍ୟସାଚି ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟୀକା ସାବିତ୍ରୀ ଅଗ୍ରୱାଲ ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ପରେ ଶ୍ରୀ ରାଉତରାୟଙ୍କୁ ବିଭିନ୍ନ ମହଲରୁ ସ୍ୱାଗତର ସୁଅ ଛୁଟିବାରେ ଲାଗିଛି । ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *