Sunday , October 1 2023
Home / ବିଶେଷ / ସ୍ଥାୟୀ ପଟ୍ଟା ପାଇଁ ନୂଆଭୁବନ ସୁରକ୍ଷା ମଂଚ ର ଦାବି

ସ୍ଥାୟୀ ପଟ୍ଟା ପାଇଁ ନୂଆଭୁବନ ସୁରକ୍ଷା ମଂଚ ର ଦାବି

ଭୁବନ ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୨ ନମ୍ବର ୩ ନମ୍ବର ୱାର୍ଡ ଗୋଡିପାଟଣା,ଭଦଳିାାପଶି,ବନ୍ଦାଳ ମୌଜାର ୧ ହଜାର ରୁ ଉଦ୍ଧ୍ୱର୍ ଅଧିବାସୀ ଦୀର୍ଘ ୬୦ ବର୍ଷ ହେଲା ସ୍ଥାୟୀ ଭାବରେ ବସବାସ କରୁଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ମିଳୁନାହିଁ । ଏଥି ନିମନ୍ତେ ନୂଆଭୁବନ ସୁରକ୍ଷା ମଂଚ ତରଫରୁ ଗୋପାଳ ସାହି କଲ୍ୟାଣମଣ୍ଡପ ଠାରେ ମଂଚ ସଭାପତି ଶିଶିର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଉପଦେଷ୍ଟା ରବୀନ୍ଦ୍ର କୁମାର ହୋତା ଙ୍କ ସମେତ ଉପସଭାପତି ଅଜୟ କୁମାର ସେଠୀ,ସମ୍ପାଦକ ନିରୋଦ କୁମାର ମିଶ୍ର,ସହସମ୍ପାଦକ କୈଳାସ ଚନ୍ଦ୍ର ଜେନା,କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ,ଉପଦେଷ୍ଟା ଅଗଣି ସାହୁ,ଗୁରୁ ପ୍ରସାଦ ମିଶ୍ର,ହୃଷିକେଶ ସାହୁ,ପ୍ରଭାସ ମେହେଣା ପ୍ରମୁଖ ଉପସ୍ଥିତ ରହି ବିଗତ ଦିନର କାର୍ଯ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ଙ୍କ ପ୍ରତିନିଧି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆମନ୍ତ୍ରଣ କରି ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ପଟ୍ଟା ପ୍ରଦାନ ପାଇଁ ସଂପୂର୍ଣ୍ଣ କାର୍ଯ୍ୟଭାର ସମର୍ପଣ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *