Tuesday , October 26 2021
Breaking News
Home / ତାଜା ଖବର / ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ,ଜଣେ ଅଟକ

ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ,ଜଣେ ଅଟକ

ଭୁବନ ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ପୂର୍ବ ଶତୃତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ଜଣେ ଯୁବକକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ସୁରପ୍ରତାପପୁର ବେହେରା ସାହିର ଗୁରୁ ପରିବାର ଓ ବେହେରା ପରିବାର ମଧ୍ୟରେ ପୂର୍ବଶତୃତା କୁ ନେଇ ବାରମ୍ବାର ଗଣ୍ଡଗୋଳ ହୋଇଥିଲା । ଆଜି ସକାଳେ ସ୍ୱର୍ଗତ ସନାତନ ଗୁରୁ ଙ୍କ ପୁଅ ବିଜୟ ଗୁରୁ (୪୫) ନିଆଁପୋହିଁ ହେଉଥିବା ବେଳେ ବେହେରା ପରିବାରର ଲୋକେ ବିଭିନ୍ନ ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ । ଏ ସଂପର୍କରେ ଖବର ପାଇ ସୁରପ୍ରତାପପୁର ଫାଣ୍ଡି ଏଏସଆଇ ମୁରଲୀଧର ନାୟକ ଘଟଣାସ୍ଥଳରେ ପହଁଚି ଗୁରୁତର ଆହତ ବିଜୟ ଙ୍କୁ ଉଦ୍ଧାର କରି ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତି କରିଥିଲେ । ପରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇଦେଇଥିଲେ । ସେଠାରେ ଡାକ୍ତର ବିଜୟ ଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ସୁରପ୍ରତାପପୁର ଗ୍ରାମରେ ଉତେଜନା ସୃଷ୍ଟି ହେବାରୁ ଭୁବନ ଥାନା ଆଇଆଇସି ଜିତେନ୍ଦ୍ର କୁମାର ସାହୁ ଙ୍କ ସମେତ ଏସଆଇ ବିକାଶ ଚନ୍ଦ୍ର ବେହେରା,ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ,ଏଏସଆଇ ପ୍ରଭାତ ନାଏକ ପହଁଚି ଜଣେ ଯୁବକଙ୍କୁ ସଙ୍ଗରେ ଧରି ଫେରିଥିଲେ । ମୃତ ବିଜୟ ଙ୍କ ଝିଅ ମୋନାଲିସା ଙ୍କ ଅଭିଯୋଗ ଆଧାରରେ ଭୁବନ ଥାନାରେ କେଶ ନଂ-୦୩/୨୦୨୧ ରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲୁ ରହିଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *