Sunday , October 1 2023
Home / ବିଶେଷ / ନୂତନ ଏସପି ଙ୍କ ପାଟକୁରା ଥାନା ପରିଦର୍ଶନ

ନୂତନ ଏସପି ଙ୍କ ପାଟକୁରା ଥାନା ପରିଦର୍ଶନ

 ଗରଦପୁର, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ନୂତନ ଏସପି ଭାବେ ସନ୍ଦୀପ ସମ୍ପଦ ମଦକର କାର୍ଯ୍ୟଭାର ଗ୍ରହଣ କରିବା ପରେ ଗତକାଲି ସନ୍ଧ୍ୟାରେ ପ୍ରଥମ କରି ପାଟକୁରା ଥାନା କୁ ପରିଦର୍ଶନରେ ଆସିଥିଲେ । ପାଟକୁରା ଥାନାରେ ପହଂଚିଲା ପରେ ଥାନା ଅଧିକାରୀ ଆଇଆଇସି ସୁଜିତ କୁମାର ପ୍ରଧାନ ଓ ଥାନା କର୍ମଚାରୀ ମାନେ ଏସପି ଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରି ଥାନାକୁ ପାଛୋଟି ନେଇଥିଲେ । ଏସପି ସନ୍ଦୀପ ସମ୍ପଦ ମଦକର ଥାନା ରେ ପଂଜିକୃତ ହେଉଥିବା ବାର୍ଷିକ ମାମଲା ସଂଖ୍ୟା , କ୍ରାଇମ ରେକର୍ଡ଼, ଥାନା ଅଂଚଳର ଆଇନ ଶୃଙ୍ଖଳା ସମ୍ପର୍କରେ ପଚାରି ବୁଝିଥିଲେ । ଥାନାର ପୁରୁଣା ବି୍ରଟିଶ ଅମଳର କୋଠା ଭଙ୍ଗାଯାଇ ସେଠାରେ ହେବାକୁ ଥିବା ନୂତନ ବିଲଡ଼ିଙ୍ଗ ର ପ୍ଲାନିଙ୍ଗ ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଅବସରରେ ଥାନାରେ ଆଇନ ଶୃଙ୍ଖଳା ତଦାରଖ ପାଇଁ ଥିବା ପୁରୁଣା ଟାଟାସୁମୋ ଗାଡ଼ିର ମରାମତି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ମିଳୁନଥିବାରୁ ଏହି ଗାଡ଼ି ବଦଳାଇ ନୂଆ ଗାଡ଼ି ଦେବାକୁ ଏସପି ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *