Saturday , December 4 2021
Home / ବିଶେଷ / ନୂଆବର୍ଷ ପ୍ରଥମ ଦିନରେ ଚାଲିଗଲା ଗଜରାଜଙ୍କ ଜୀବନ: ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆବର୍ଷ ପ୍ରଥମ ଦିନରେ ଚାଲିଗଲା ଗଜରାଜଙ୍କ ଜୀବନ: ମୃତ୍ୟୁର କାରଣ ଅସ୍ପଷ୍ଟ

ନିରାକାରପୁର,୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ଜଙ୍ଗଲ ଜମିରେ ଜନ ବସତିର ସ୍ଥାପନ ଯୋଗୁ ଦିନକୁ ଦିନ ଦ୍ରୁତ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଫଳରେ ଖାଦ୍ୟ ଅନ୍ୱେଷଣ ଲକ୍ଷ୍ୟରେ ହାତୀ ଅଭୟ୍ୟାରଣ୍ୟ ଛାଡ଼ି ଜନ ବସତି ଆଡ଼କୁ ମୁହାଁଇ ଥିବାରୁ ମଣିଷ ଓ ହାତୀଙ୍କ ଲଢେଇରେ କେବେ ମଣିଷ ତ କେବେ ହାତୀଙ୍କ ଜୀବନ ଯାଉଛି । ହାତୀପଲ ଦୀର୍ଘ ବର୍ଷ ଧରି ଟାଙ୍ଗୀ ବନାଂଚଳ ଅଂଚଳରେ ରହି ଆସୁଥିବାବେଳେ ଧାନ ଫସଲ ସମୟରେ ଏମାନଙ୍କ ପାଦୁର୍ଭାବ ଅଧିକ ପରିମାଣରେ ବଢିଯାଉଛି । ଆଉ ଘଉଡ଼ାଇବାକୁ ବର୍ଷ ବର୍ଷ ଧରି ବନ ବିଭାଗ ପ୍ରୟାସ ଜାରି ରଖିଥିବାବେଳେ ଏକରୁ ଅନେକ ହେବା ପରେ ଏମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବାକୁ କାଠିକର ପାଠ ହେଲାଣି । ହାତୀ ଘଉଡ଼ାଇବାକୁ ଆସୁଥିବା ଅର୍ଥ ଖର୍ଚ୍ଚ ହେଉଛି କ୍ଷତିପୂରଣ ବାବଦକୁ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦିଆଯାଉଛି ସତ କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ଦିଗରେ ବିଭାଗ ସେମିତି କିଛି ଠୋସ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଳ ଅଧୀନସ୍ଥ ଚିତ୍ରକୂଟ ଖଜୁରୀପଡ଼ା ଜଙ୍ଗଲରେ ୨୦ରୁ ଅଧିକ ହାତୀ ରହି ସନ୍ଧ୍ୟା ନଇଁଲେ ଖଜୁରୀପଡ଼ା, ରାମେଶ୍ୱର, ମିରିଗଦୟଣୀ, ତାଳପଡ଼ା,ଚନ୍ଦନପୁର ଇତ୍ୟାଦି ଧାନ ଜମିରେ ପଶି ପାଚିଲା ଧାନ ଖାଇବା ସହ କିଛି ଦିନ ହେବ ରେଳଧାରଣ ଅତିକ୍ରମ କରି ଡ଼ିଆ, ନିରାକାରପୁର ଓ ଲେଣ୍ଡୁ, କଣାସ ବ୍ଲକ ଅଧୀନସ୍ଥ କିଛି ଜମିରେ ପଶି ବ୍ୟାପକ ନଷ୍ଟ କରୁଥିବାର ଲକ୍ଷ୍ୟ କରାଯାଉଛି । ଗୁରୁବାର ରାତିରେ ହାତୀପଲ ଖଜୁରୀପଡ଼ା ଧୋବାଝର ଇଛାବତୀ ମୈାଜା ଚାଷ ଜମିକୁ ଆସିଥିବାବେଳେ ଏକ ୧୨ବର୍ଷର ମାଈ ହାତୀର ମୃତ୍ୟ ଦେହ ଜମିରେ ପଡ଼ି ରହିଥିବା ବନ ବିଭାଗ ଖବର ପାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ହାତୀଟି ଛଟପଟ ହୋଇ ଉକ୍ତ ସ୍ଥାନରେ ନିଜର ଜୀବନ ତ୍ୟାଗ କରିଥିବା ଜଣାପଡ଼ୁଛି । ଘଟଣାସ୍ଥଳକୁ ଖୋର୍ଦ୍ଧା ଏସିଏଫଓ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ , ଟାଙ୍ଗୀ ଫରେଷ୍ଟର ଗୋଦାବରୀଶ ହୋତା, ଭୁଷଣ୍ଡପୁର ଫରେଷ୍ଟର ସିନ୍ଧୁ ଚରଣ ସିଂହଙ୍କ ସମେତ କିଛି ବନ କର୍ମଚାରୀ ପହଂଚି ଜେସିବି ଓ କ୍ରେନ ସାହାଯ୍ୟରେ ଡ଼ମ୍ପରରେ ଉଠାଇ ନେଇ ଟାଙ୍ଗୀ ବନ ବିଭାଗ ନର୍ସରୀକୁ ନେଇଯାଇଥିଲେ । ଏସିଏଫଓ ଶ୍ରୀ ବିଶ୍ୱାଳଙ୍କ କହିବା ଅନୁଯାୟୀ ସେଠାରେ ପଶୁ ଚିକିତ୍ସକଙ୍କ ଦ୍ୱାରା ଶବକୁ ବ୍ୟବଛେଦ ପରେ ଉକ୍ତ ସ୍ଥାନରେ ଗାତ କରାଯାଇ ହାତୀକୁ ପୋତାଯିବ । ହାତୀପଲଙ୍କୁ ଜଗିବା ପାଇଁ ପଟିଆ ଓ କୁଶପଲ୍ଲାଠାରେ ଷ୍ଟ୍ରେଞ୍ଜ ଖୋଳାଯିବାର ବ୍ୟବସ୍ଥା କରାଯାଉଛି । ଯାହା ଦ୍ୱାରା ହାତୀ ଆଉ ଜନ ବସତି ଅଂଚଳ ମୁହାଁ ହୋଇ ପାରିବେ ନାହିଁ । ନୂଆ ମହିଳା ଆଇଏଫଏସ ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ କାର୍ଯ୍ୟରେ ଯୋଗଦାନ କରିଥିବାବେଳେ ହାତୀ ଓ ମଣିଷଙ୍କ ସୁରକ୍ଷା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମୃତ ହାତୀର ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତହାକୁ ସାର୍ବଜନୀନ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *