Monday , October 18 2021
Breaking News
Home / ବିଶେଷ / ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ   

ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ   

ପାଟକୁରା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ନାମାଚାର୍ଯ୍ୟ ବାୟାବାବାଙ୍କ ୧୨୩ତମ ଜନ୍ମୋତ୍ସବ ପାଳନ ପାଇଁ ଆଜି ବାୟାବାବାଙ୍କ ପରିଚାଳିତ ଦଶମୌଜିର ଆଶ୍ରମ ବାଲିକୁଦାସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଆଶ୍ରମରେ ମହନ୍ତ ପରମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ଜନ୍ମୋତ୍ସବ ପାଳନରେ କେତେକ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଥିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଆଶ୍ରମ ପରିସରରେ ଶନିବାର ଶ୍ରୀନାମଙ୍କ ଶୁଭାଧିବାସ କରାଯାଇ ରବିବାର ଦିନ ଅହୋରାତ୍ର ନାମ ସଂକିର୍ତନ କରାଯିବ । ୪ ତାରିଖ ଦିନ ପ୍ରଭାତରୁ ଶ୍ରୀବାବାଙ୍କ ବିଗ୍ରହରେ୧୦୮କୁମ୍ଭ ଜଳରେ ଜଳାଭିଷେକ କରାଯିବା, ନଗର ସଂକିର୍ତନ,ସନ୍ଧ୍ୟାରେ ହରିହାଟ  ଓ ରାତ୍ରୀରେ ସତ୍ୟନାରାୟଣଙ୍କ ପାଲା ପରିବେଷଣ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଆଶ୍ରମର ବାବାଜୀ ଲକ୍ଷ୍ମୀଧର ଦାସ.ବାବାଜୀ କଳ୍ପତରୁ ଦାସ,ବାବାଜୀ ରାଧେଶ୍ୟାମ ଦାସ,ବାବାଜୀ ବୈକୁଣ୍ଠ ଦାସ,ବାବାଜୀ ଶଚିନନ୍ଦନ ଦାସ ଓ ସ୍ଥାନୀୟ ଅଂଚଳରୁ ପୂର୍ବତନ ସରପଂଚ ଉତମ ଚରଣ ଦାସ,ରାଜକିଶୋର ରାଉତରାୟ,ପ୍ରଶାନ୍ତ କୁମାର ନାୟକ,ଅଞ୍ଜନ କୁମାର ଷଢଙ୍ଗି,ଅକ୍ଷୟ କୁମାର ରାଉତ,ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଅଲେଖ ଚନ୍ଦ୍ର ପରିଡା,ପ୍ରଫୁଲ୍ଲ ଚନ୍ଦ୍ର ବେହେରା,ନିତ୍ୟାନନ୍ଦ ପଣ୍ଡା,ନାରାୟଣ ପ୍ରସାଦ ବେହେରା,ଅଶୋକ କୁମାର ପାଇଟାଳ,ଧନଞ୍ଜୟ ମହାନ୍ତି,ଇଶ୍ୱର ଚନ୍ଦ୍ର ମହାନ୍ତି,ରବିନ୍ଦ୍ର କୁମାର ଲେଙ୍କା ପ୍ରମୁଖ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜନ୍ମୋତ୍ସବକୁ ସରସ ସୂନ୍ଦର କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *