Thursday , October 21 2021
Breaking News
Home / ବିଶେଷ / ନବ ବର୍ଷ ପାଇଁ ଚଳଚଂଚଳ ବନ୍ଦର ସହର  – ଫୁଲ ଦୋକାନରେ ଭିଡ

ନବ ବର୍ଷ ପାଇଁ ଚଳଚଂଚଳ ବନ୍ଦର ସହର  – ଫୁଲ ଦୋକାନରେ ଭିଡ

ପାରାଦ୍ୱୀପ ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- କରୋନା ମହାମାରୀ ସଂକ୍ରମଣର ପ୍ରଭାବ ଓ ସରକାରୀ କଟକଣା ପାଇଁ ଦୀର୍ଘ ପ୍ରାୟ ଏକ ବର୍ଷ ପାଖାପାଖି ହେବ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାରର ଅଚଳାବସ୍ଥାରେ ଥିଲା । ନୂତନ ବର୍ଷ ୨୦୨୧ ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଜିରୋ ନାଇଟ୍ ଅନ୍ୟାନ୍ୟ ସାମୁହିକ କାର୍ଯ୍ୟକ୍ରମ କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ବନ୍ଦ କରାଯାଇଥିଲା । ତେବେ ଏହି ଉପଲକ୍ଷେ ବ୍ୟବସାୟୀମାନେ ନିଜ ନିଜ ବ୍ୟବସାୟ ପସରା ବୃଦ୍ଧି ଲକ୍ଷ୍ୟରେ ଥିବା ବେଳେ ଫୁଲ ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା । ଧର୍ମାନୁଷ୍ଠନ, ସଭା ସମିତି ଓ ଅନ୍ୟାନ୍ୟ ସାମୁହିକ ପୂଜାପର୍ବଣ କାର୍ଯ୍ୟ ଦୀର୍ଘ ନଅ ମାସ ହେବ ବନ୍ଦ ଥିବାରୁ ଫୁଲ ବ୍ୟବସାୟୀ ମାନେ ଘୋର ସଙ୍କଟ ଦେଇ ଗତି କରୁଥିଲେ । ରାଜ୍ୟ ସରକାରଙ୍କ ନୂଆ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାଇ ନୂତନ ବର୍ଷ ଜାନୁୟାରୀ ୧ ତାରିଖ ସକାଳୁ ବିଭିନ୍ନ ମନ୍ଦିରରେ ପୂର୍ଜା ଅର୍ଚ୍ଚନା ଓ ଅଭିନନ୍ଦନ ପାଇଁ ଫୁଲ ଦୋକାନ ମାନଙ୍କରେ ଭିଡ ପରିଲକ୍ଷିତ ହେଇଥିଲା ।  ଏତଦ୍ ବ୍ୟତୀତ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ ଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଅଭିନନ୍ଦନ ର ବାର୍ତା ବହୁଳ ସଂଖ୍ୟାରେ ହୋଡିଂ ମାଧ୍ୟମରେ ଲଗାଯାଇଥିବାର ଦେଖିବାକୁ ମିଳିଛି । ତେବେ କୋଭିଡ୍ ମହାମରୀ ସଂପୂର୍ଣ୍ଣ ଭାବେ ପ୍ରଶମିତ ହୋଇନଥିବାରୁ ଏବଂ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମାବଳୀ ବଳବର ରହିଥିବାରୁ ଜନସାଧାରଣମାନେ କୋଭିଡ୍ ନିୟମମାନି ଚଳିବାକୁ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁଚରଣ ଧିର ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକ ଉତ୍ସବ ୨୪ରେ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକ …

Leave a Reply

Your email address will not be published. Required fields are marked *