Thursday , October 21 2021
Breaking News
Home / କୃଷି / ଧାନମଣ୍ଡି ଖୋଲୁଛି: ଚାଷୀଙ୍କ ଅପେକ୍ଷା ଦଲାଲଙ୍କ ପ୍ରାର୍ଦୁଭାବ ବଢୁଛି

ଧାନମଣ୍ଡି ଖୋଲୁଛି: ଚାଷୀଙ୍କ ଅପେକ୍ଷା ଦଲାଲଙ୍କ ପ୍ରାର୍ଦୁଭାବ ବଢୁଛି

ଶେଷକୁ ପ୍ରକୃତ ଚାଷୀ ଧାନ ଦେବାରୁ ବଂଚିତ ହେଉଛି
ନିରାକାରପୁର, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ସରକାର ଚାଷୀମାନଙ୍କ ଧାନକୁ ଉଚିତ ମୂଲ୍ୟରେ ସୁବିଧାରେ ଧାନ ମଣ୍ଡି ଦ୍ୱାରା କିଣି ଚାଷୀଙ୍କୁ ଲାଭବାନ କରିବାକୁ ଚିନ୍ତା କରିଥିବାବେଳେ ପ୍ରକୃତ କଥା ଉପରୁ ତଳ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାରୁ ବେଶ କିଛି ଲାଭାଂଶ ପାଉଥିବାରୁ ବେଳେ ବେଳେ ପ୍ରକୃତ ଚାଷୀଟି ଧାନ ମଣ୍ଡିରେ ବିକ୍ରି ନ କରିପାରି ଶେଷରେ ଦଲାଲ ହାବୁଡ଼ରେ ପଡ଼ି କ୍ଷତିରେ ଅତି କମ ମୂଲ୍ୟରେ ବାଧ୍ୟ ହୋଇ ଧାନ ବିକ୍ରି କରୁଛି । କିନ୍ତୁ ଧାନ ମଣ୍ଡିରେ ସମବାୟ ସେବା କର୍ମଚାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଦଲାଲମାନଙ୍କ ହାତ ଚିକ୍କଣ କରିବାରେ ବେଶ ସହାୟ ହେଉଥିବା ଶୁଣିବାକୁ ମିଳୁଛି । ଏମିତି କି ଧାନ କ୍ରୟ କରୁଥିବା ସେବା ସମବାୟ ସଂସ୍ଥା ଗୁଡ଼ିକ ଟୋକନ ଦେଇଥିବାବେଳେ କିନ୍ତୁ ଧାର୍ଯ୍ୟ ତାରିଖରେ ଚାଷୀଠାରୁ ମିଲର ଧାନ ଉଠାଇ ପାରୁନାହିଁ । ସରକାର ଧାନ ଉଠାଣରେ ଯେତେବି ସ୍ୱଛତା ଆଣିବା ପାଇଁ ଅନଲାଇନ ପଂଜିକରଣ ବ୍ୟବସ୍ଥା କଲେ ବି ଦଲାଲଙ୍କ ଚାଲାକି ତା ଠାରୁ ବଳିଯାଉଛି । ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ କରି ୨୩ ତାରିଖରେ ଧାନ ମଣ୍ଡି ଉଦଘାଟିତ ହୋଇଥିବାବେଳେ ଟାଙ୍ଗୀ ବ୍ଲକରେ ସମୁଦାୟ ୧୪ଟି ସେବା ସମବାୟ ଧାନ କ୍ରୟ କରିବାର ଦାୟିତ୍ୱ ନେଇଛି । ଧାନ ମଣ୍ଡିରେ ଧାନ ଦେବା ପାଇଁ ସରକାରଙ୍କ ବିଜ୍ଞାପନ ପରେ ଚାଷୀମାନେ ନିଜ ନିଜର ଜମିର କାଗଜପତ୍ର ନେଇ ସେବା ସମବାୟ ମଧ୍ୟାମରେ ଅନ ଲାଇନ ପଂଜିକରଣ କରୁଛନ୍ତି । କିନ୍ତୁ ଯେଉଁ ଚାଷୀମାନେ କ୍ଷୁଦ୍ର ଚାଷୀ ଓ ଯେଉଁ ଚାଷୀମାନଙ୍କର ଜମିର କାଗଜପତ୍ର ଠିକ ନାହିଁ ସେମାନଙ୍କ ପାଇଁ ଦଲାଲ ପାଲଟିଯାଉଛନ୍ତି ଭଗବାନ । ସେମାନଙ୍କଠାରୁ କମ ମୂଲ୍ୟରେ ଧାନ ନେଇ ଅଧିକ ଜମିର କାଗଜପତ୍ର ଥିବା ଚାଷୀ ନାମରେ ଟୋକନ ହାତେଇ ଦୁଇପଇସା ଭଲ ରୋଜଗାର କରୁଥିବାର ଅଭିଯୋଗରୁ ଜଣାପଡ଼ୁଛି । ଏପରି ସ୍ଥଳେ କିଛି ଦଲାଲ କମ ମୂଲ୍ୟରେ ଚାଷୀମାନଙ୍କଠାରୁ ଧାନ କ୍ରୟ କରି ହଜାର ହଜାର ବସ୍ତା ଗଦା କରି ଆନ୍ଧ୍ରା ଓ ଅନ୍ୟାନ୍ୟ ମିଲରମାନଙ୍କୁ ବିକ୍ର କରୁଥିବାବେଳେ ଯୋଗାଣ ବିଭାଗ ସବୁ ଜାଣି ନ ଜାଣିବାର ଅଭିନୟ କରୁଛି । ମଣ୍ଡିରେ ଚାଷୀଙ୍କଠାରୁ ଧାନ ମିଲର କିଣିବା ବେଳେ ଆରସିଏମ ଧାନର ମାନ ନିରୁପଣ କରି ସେହି ହିସାବରେ ଧାନ କ୍ରୟ କରିବାର କଥା ଥିବାବେଳେ କିନ୍ତୁ ବର୍ତମାନ ମିଲର, ସେବା ସମବାୟ ସଂସ୍ଥା କର୍ତୃପକ୍ଷ ଓ ଚାଷୀ ୍କମିଟି ସଭାପତି,ଚାଷୀ ବସି କୁଇଂଟାଲ ପିଛା ଏକ ନିର୍ଦ୍ଧିଷ୍ଟ ପରିମାଣ ଧାନ କଟିଙ୍ଗ କରିବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତିି ନେଇ ସବୁ ଚାଷୀଙ୍କ ଠାରୁ ସେହି ପରିମାଣର ଧାନ କାଟି ନେଉଥିବାରୁ ଭଲ ଧାନ ଦେଉଥିବା ଚାଷୀ ମଧ୍ୟ ଏଥିରେ କ୍ଷତି ସହୁଥିବା ଶୁଣିବାକୁ ମିଳୁଛି । ଏକର ପିଛା ଯେତିକିଧାନ ମିଲର ନେବା କଥା ସେତିକି ବି ଠିକ ରୂପେ ଧାନ ମଣ୍ଡିରୁ ଧାନ ମିଲର ନେଉ ନଥିବା ଜଣାପଡ଼ିଛି । ଗୋଟିଏ ଗୋଟିଏ ତାରିଖରେ ମିଲର ଟାର୍ଗେଟ ପୂରଣ ଦର୍ଶାଇ ଚାଷୀଙ୍କ ଧାନକୁ ନିଆଯାଉ ନଥିବା ବେଳେ ଚାଷୀଟି ନିରୁପାୟ ହୋଇ ଦଲାଲର ସାହଯ୍ୟ ଲୋଡ଼ୁଛି । ଆଗକୁ ବିଭାଗୀୟ କର୍ତୃପକ୍ଷ ଓ ଯୋଗାଣ ବିଭାଗ ଅଧିକାରୀମାନେ ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କିପରି ସଠିକଭାବେ ପ୍ରକୃତ ଚାଷୀଙ୍କର ଧାନ ଧାନମଣ୍ଡି ମାଧ୍ୟମରେ ବିକ୍ରି କରାଯିବ ତାହା ଉପରେ ନଜର ରଖିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଦୀ ଓ ଶାହାଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, କୃଷକ ଗଣହତ୍ୟା. କୃଷକ ଓ  ଶ୍ରମିକ ବିରୋଧୀ ଆଇନ, ଉକôଟ …

Leave a Reply

Your email address will not be published. Required fields are marked *