Monday , October 3 2022
Breaking News
Home / ତାଜା ଖବର / ତାଜା ଖବର : ମାହାଙ୍ଗା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଙ୍କୁ ନିର୍ମମ ହତ୍ୟା

ତାଜା ଖବର : ମାହାଙ୍ଗା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଙ୍କୁ ନିର୍ମମ ହତ୍ୟା

ମାହାଙ୍ଗା,୦୨/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ଆଜି ରାତି ୮ଟା ସମୟ ରେ ମାହାଙ୍ଗା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଙ୍କ ର ଦୃବୃତ୍ତ ଙ୍କ ଆକ୍ରମଣ ରେ ମୃତ୍ୟୁ ଘଟିଛି । ପ୍ରକାଶ ଯେ ନିଜଘରକୁ ବାଇକ ଯୋଗେ ଫେରୁଥିବା ସମୟରେ ଗୋବରୀ ନଦୀ ପୋଲ ନିକଟରେ ପୂର୍ବରୁ ଛକି ରହିଥିବା କେତେକ ଦୁର୍ବୃତ ଅତର୍କିତ ଆକ୍ରମଣ କରିଥିବା ରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ଓ ତାଙ୍କ ସହିତ ଥିବା ଅନ୍ୟ ଜଣେ ଆହତ ବ୍ୟକ୍ତି ଙ୍କୁ କଟକ ପଠାଯାଇଛି ।ପୋଲିସ ତାଙ୍କ ମୃତ ଦେହକୁ ମାହାଙ୍ଗା ମେଡିକାଲ ରେ ରଖିଥିବା ଜଣାପଡ଼ିଛି।ଏଥି ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.