Friday , September 29 2023
Breaking News
Home / ବିଶେଷ / କେମିତି ରହିବ ୨୦୨୧ – ଏ ସଂପର୍କରେ କଣ କୁହନ୍ତି ଭୁବନବାସୀ

କେମିତି ରହିବ ୨୦୨୧ – ଏ ସଂପର୍କରେ କଣ କୁହନ୍ତି ଭୁବନବାସୀ

୨୦୨୦ ର ଦୁଃଖ ୨୦୨୧ ରେ ପୁନରାବୃତି ନହେଉ
୨୦୨୦ ପ୍ରାରମ୍ଭରେ ସବୁ ଠିକଠାକ ଥିଲା କିନ୍ତୁ ମାର୍ଚ୍ଚ ମାସରୁ ଆରମ୍ଭ ହେଲା ଆତଙ୍କ । ନାଁ ତାର କରୋନା । ଏ ଆତଙ୍କ ଦୀର୍ଘ ୯ ମାସ କାଳ ଲୋକଙ୍କୁ କଲବଲ କରିବା ସତ୍ୱେ ଏବେବି ଭୟ ଦୂର ହୋଇନି ।

ରଘୁନାଥ ଜେନା

ଏବେ ପୁଣି ବ୍ରିଟେନ ଷ୍ଟେନ ଭାବେ ନୂଆ ଭାଇରସ ବାହାରିଛି । ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ସରକାର ଟୀକାକରଣ ପାଇଁ ଯୋଜନା କରୁଥିବା ସତ୍ୱେ ଲୋକଙ୍କ ଭୟ ଛାନିନି । ୨୦୨୧ କେମିତି ରହିବ କିଏ କହିବ । କିନ୍ତୁ ୨୦୨୦ ର ଦୁଃଖ ୨୦୨୧ ରେ ପୁନରାବୃତି ନହେଉ । ବିଶ୍ୱ ନିୟନ୍ତା ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ୱବାସୀଙ୍କୁ ରକ୍ଷା କରନ୍ତୁ । ରଘୁନାଥ ଜେନା,ଅବସରପ୍ରାପ୍ତ ଶିକ୍ଷକ,ବାଲିଝାଟି
ବିଦ୍ୟାଳୟ /ମହାବିଦ୍ୟାଳୟ ଖୋଲିବା ବ୍ୟବସ୍ଥା ହେଉ
୨୦୨୦ ବର୍ଷଟି ବିଶ୍ୱ ମହାମାରୀ କରୋନା କାୟାରେ ମଳିନ ପଡିଗଲା । ଚାଷୀଙ୍କ ଠାରୁ ବ୍ୟବସାୟୀ,ଚାକିରିଆ ଙ୍କ ଠାରୁ ଶ୍ରମଜୀବୀ,ମନ୍ଦିର ପୂଜାରୀ ଙ୍କ ଠାରୁ ଭିକାରୀ , ଏମିତିକି ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ପ୍ରଭାବିତ ଓ ହନ୍ତସନ୍ତ ହେଲେ ।

ପବିତ୍ର ସାହୁ

କାହାର ଜୀବନ ଚାଲିଗଲା ତ ଆଉ କାହାର ଜୀବିକା ଚାଲିଗଲା । କିଏ ଜୀବନ ପାଇଁ ଜୀବିକା ବଦଳାଇ ଦେଲା । ତେବେ ସବୁକିଛି ଧିରେଧିରେ ସ୍ୱାଭାବିକ ସ୍ଥିତିକୁ ଆସୁଥିବା ବେଳେ ଆଜିଯାଏ ବିଦ୍ୟାଳୟ ନଖୋଲିବା ଯୋଗୁ ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଅନଲାଇନରେ ପାଠପଢା ସବୁ ଛାତ୍ରଛାତ୍ରୀ ସୁଯୋଗ ପାଉନାହାନ୍ତି । ତେଣୁ ୨୦୨୧ ପ୍ରାରମ୍ଭରେ ସରକାର ବିଦ୍ୟାଳୟ/ମହାବିଦ୍ୟାଳୟ ଖୋଲିବା ବ୍ୟବସ୍ଥା କରନ୍ତୁ । ପବିତ୍ର ସାହୁ ,ଭୁବନ
ଖଟିଖିଆ ଙ୍କ ସର୍ବନାଶ, ଚାକିରିଆ ଙ୍କ ପୁଷମାସ
କରୋନା ଯୋଗୁ ଦିନ ମଜୁରିଆ,ଖଟିଖିଆ ମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ କେବଳ ସରକାରୀ ଚାକିରିଆ ମାନେ ପୁଷମାସ ପାଳିଲେ । ସମସ୍ତ ସରକାରୀ ବେସରକାରୀ ଅଫିସ ଅଧା କର୍ମଚାରୀଙ୍କୁ ନେଇ ଚାଲିଲା । ପ୍ରତି ଶନିବାର ଛୁଟି ମିଳିଲା ।

ଭଗବାନ ଗୁରୁ

ଅଫିସ ଗେଟରେ ତାଲା ପକାଇ ଭିତରେ କି କାମ ହେଲା ? ଘରେ ବସି ସେମାନଙ୍କୁ ଦରମା ମିଳିଲା । ଦିନ ମଜୁରିଆଙ୍କୁ କଣ ମିଳିଲା ? ସରକାରଙ୍କ ଲକଡାଉନ,ସଟଡାଉନ,କଣ୍ଟେନମେଣ୍ଟ ଇତ୍ୟାଦି ଯୋଗୁ ଦିନ ମଜୁରିଆ,କାରିଗର ମାନେ କାମ ନପାଇ ଭୋକ ଉପବାସରେ ରହିଲେ । ରାସନ ସାମଗ୍ରୀ ,ପନିପରିବା ଦର ଆକାଶ ଛୁଆଁ ବେଳେ ମାସିକ ୫ କିଲୋ ଚାଉଳ ଦେଇ ସରକାର ବାହାବା ନେଲେ । ୨୦୨୧ ରେ ଏହି ସମସ୍ୟା ଲାଘବ ହେବ ବୋଲି ଆଶା । ଭଗବାନ ଗୁରୁ ,ଭୁବନ
ଅର୍ଥନୀତି ସୁଧୁରିବ ବୋଲି ଆଶା
କରୋନା ଜନିତ ଲକଡାଉନ,ସଟଡାଉନ ଯୋଗୁ ସମସ୍ତେ କ୍ଷତିଗ୍ରସ୍ତ ହେଲେ । ଅର୍ଥନୀତି ଭୂଷୁଡି ପଡିଲା । ଜିଡିପି ନିମ୍ନଗାମୀ ହେଲା ।

ଦୀପକ କୁମାର ସେନାପତି

୨୦୨୧ ରେ ଏଥିରେ ନିଶ୍ଚିତ ସୁଧାର ଆସିବ ବୋଲି ଆଶା । ଦୀପକ କୁମାର ସେନାପତି, ବ୍ରାଂଚ ମ୍ୟାନେଜର ,ଏସବିଆଇ,ଭୁବନ
ରୋଗ ମୁକ୍ତ ରହୁ ଓଡିଶା,ଭୋଗ ଯୁକ୍ତ ହୁଅନ୍ତୁ ଜନତା
ଓଡିଶାର ସାଢେ ୪ କୋଟି ଜନତାଙ୍କ ହୃଦୟର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସାଙ୍ଗକୁ ସଫଳ ମୁକାବିଲା ଯୋଗୁ ଆମେ ଓଡିଶାବାସୀ ଅନ୍ୟ ରାଜ୍ୟବାସୀ ଙ୍କ ଅପେକ୍ଷା ବହୁତ ଭଲରେ ରହିଛେ ।

          ସୁଧାକର ସାହୁ

ନବୀନ ବାବୁ ବିପର୍ଯ୍ୟୟ ମୁକାବିଲାରେ ସମଗ୍ର ଦେଶର ରୋଲ ମଡେଲ । ୨୦୨୧ ରେ କରୋନା ନିଶ୍ଚିତ ଭାବେ ହାରିବ ଆଉ ଓଡିଶା ଜିତିବ । ରୋଗ ମୁକ୍ତ ରହୁ ଓଡିଶା,ଭୋଗ ଯୁକ୍ତ ହୁଅନ୍ତୁ ଜନତା ,ନୂଆ ବର୍ଷରେ ଏତିକି କାମନା । ସୁଧାକର ସାହୁ , ବିଜେଡି ନେତା
ଉପସ୍ଥାପନା :- ସୁଶାନ୍ତ କୁମାର ପୋଥାଳ

Leave a Reply

Your email address will not be published. Required fields are marked *