Tuesday , October 3 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଉପକାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତୁ୍ୟ

କେନ୍ଦ୍ରାପଡା ଉପକାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତୁ୍ୟ

କେନ୍ଦ୍ରାପଡା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ବାରିମୂଳସ୍ଥିତ ଉପକାରାଗାରରେ ଗତ ଶୁକ୍ରବାର ରାତିରେ ଜଣେ ବିଚାରଧୀନ କଏଦିଙ୍କ ସନ୍ଦେହଜନକ ଭାବେ ମୃତୁ୍ୟ ହୋଇଯାଇଥିବା ଅଭିଯୋଗ ହୋଇଛି । ଜେଲ ଅଧକ୍ଷଙ୍କ କହିବା ଅନୁଯାଇ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଏହି ବିଚାରଧୀନ କଏଦି ଜଣକ ଗାଧୁଆଘରକୁ ଯିବା ସମୟରେ ହଠାତ ତଳେ ପଡିଯାଇଥିଲେ । ତାଙ୍କୁ ସେଙ୍ଗ ସେଙ୍ଗ ସଜ୍ଞାହୀନ ଅବସ୍ଥାରେ   ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି କରାଯାଇଥିଲା  । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମୃତ ବିଚାରଧୀନ କଏଦି ଜଣକ ହେଉଛନ୍ତି ଡେରାବିଶି ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ସୂଚନା ମିଳିଛି । ଗତ ୨୦୨୦ମସିହା ଡିସେମ୍ବରମାସ ୩୦ତାରିଖରେ ଏକ ଘରୋଇ ହିଂସାକାଣ୍ଡ ମାମଲାରେ ଡେରାବିଶି ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ତାଙ୍କତ୍ୱିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା ସଦର ଥାନା ପୋଲିସ ତାଙ୍କ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ମୃତୁ୍ୟ ଏବେ ସନ୍ଦେହ ଘେରରେ ରହିଥିବା ଅଭିଯୋଗ ହୋଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *