ସାଲେପୁର,୦୨/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଜପକୂଦ ପାଣ୍ଡି ର ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତ ର ହିରାପୁର ଗ୍ରାମ ର ଗୋବିନ୍ଦ ଚନ୍ଦ୍ର ଖୁଣ୍ଟିଆ ଙ୍କ ସାନ ପୁଅ ଅକ୍ଷୟ କୁମାର ଖୁଣ୍ଟିଆ ଙ୍କ ପତ୍ନୀ ସିଲା ସାହୁ (୩୫) ଶୁକ୍ରବାର ଦିବା ଏଗାର ଘଟିକା ସମୟରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ପୋଡ଼ି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ସିଲା ର ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି।ମାମଲା ରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ଓଡିଶା ସମାଚାର