Friday , September 29 2023
Breaking News
Home / ବିଶେଷ / କନ୍ୟାଶ୍ରମର ପିଲାଙ୍କ ସହିତ ନୂଆ ବର୍ଷ ପାଳନ କଲେ ସାଂସଦ ଅନୁଭବ 

କନ୍ୟାଶ୍ରମର ପିଲାଙ୍କ ସହିତ ନୂଆ ବର୍ଷ ପାଳନ କଲେ ସାଂସଦ ଅନୁଭବ 

ଗରଦପୁର, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନୂତନ ଢ଼ଙ୍ଗରେ ନୂଆ ବର୍ଷ ପାଳନ କରିଛନ୍ତି । ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ କମଳାବେନ୍ ମେହେଟା କନ୍ୟାଶ୍ରମରେ ଥିବା କୁନି କୁନି ଅନ୍ତେବାସୀମାନଙ୍କ ସହିତ ଦିଲୀରେ ଥାଇ ଭିଡ଼ିଓ କନଫରେନ୍ସ ଜରିଆରେ ସାଂସଦ ଅନୁଭବ ମହାନ୍ତି ନୂଆ ବର୍ଷ ପାଳନ କରି ପିଲା ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।  ଦୀର୍ଘ ଏକ ଘଂଟା ଧରି ସାଂସଦ ପିଲା ମାନଙ୍କ ସହିତ କଥୋପ କଥନ ହେବା ସହିତ ସେମାନଙ୍କର ସମସ୍ୟା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ଗରଦପୁର ବ୍ଲକ୍ ପ୍ରତିନିଧି ଜୟପ୍ରକାଶ ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲାବେଳେ ଏଥିରେ ଜିଲା ବିଜୁ ଯୁବଜନତା ସଭାପତି ରାଜେଶ ଦାସ, ନବ ନିଯୁକ୍ତ ଜିଲା ବିଜେଡ଼ି କୋଷାଧ୍ୟକ୍ଷ ଶୈଳେନ୍ଦ୍ର ମହାନ୍ତି , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ଅଧ୍ୟକ୍ଷ ଦିଲିପ ସାହୁ,  ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲିପ ସେଠୀ, ପୂର୍ବତନ ଜିଲା ପରିଷଦ ସଦସ୍ୟ ସନ୍ତୋଷ ମାହାଳି, ଦୀପ୍ତିରଂଜନ ମହାନ୍ତି,ନୀରଂଜନ ପଣ୍ଡା, ଚିତରଂଜନ ପତି, ରାକେଶ ସେଠୀ,ବିଶ୍ୱଜିତ ଦାସ , ତପନ ମଲିକ୍, ଦିପୁ ସାହୁ , ରମାକାନ୍ତ ବେହେରା, ସରୋଜକାନ୍ତ ନାୟକ,ପ୍ରଶାନ୍ତ ବର୍ଦ୍ଧନ, ହିରଣ୍ୟ ସାହୁ,ପ୍ରିୟଦର୍ଶୀ ମହାନ୍ତି, ପ୍ରହଲାଦ ସାହୁ, କନ୍ୟାଶ୍ରମ ପରିଚାଳକ ଶ୍ରୀକାନ୍ତ ନାୟକ,ପ୍ରମୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ରାତ୍ରି ଭୋଜନରେ ଅନ୍ତେବାସୀମାନଙ୍କୁ ଖାଦ୍ୟ ପରଷା ଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *