Saturday , October 16 2021
Breaking News
Home / ବିଶେଷ / କନ୍ତିଆ ମଠରେ ଇଂରାଜୀ ନବବର୍ଷ ଉପଲକ୍ଷେ ଭଜନ ସନ୍ଧ୍ୟା

କନ୍ତିଆ ମଠରେ ଇଂରାଜୀ ନବବର୍ଷ ଉପଲକ୍ଷେ ଭଜନ ସନ୍ଧ୍ୟା

କେନ୍ଦ୍ରାପଡା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠସ୍ଥିତ ପ୍ରତିଷ୍ଠିତ ମହାନ ସାଧକ ମଧୁଦାସଙ୍କ ସମାଧି ପୀଠ କନ୍ତିଆ ମଠରେ ଇଂରାଜୀ ନବବର୍ଷ ଓ ମା’ଶାରଳାଙ୍କ ମେଳା ଉପଲକ୍ଷେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳା ମନ୍ଦିର ଆନୁକୁଲ୍ୟରେ ଏକ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସ ଓ ରଞ୍ଜନ ବେହୁରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମଟିକୁ ମଠର ମଠାଧିଷ ସିଦ୍ଧାର୍ଥଶଙ୍କର ଦାସ ଓ ନିତ୍ୟାନନ୍ଦ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୀତିକାର ସୁବାଷ ପାତ୍ରଙ୍କ ରଚିତ “ନୂତନବରଷ ଆସିଛି” ଗିତଟି ସତ୍ୟପ୍ରୀୟଙ୍କ ସ୍ୱର ସଂଯୋଜନାରେ କଣ୍ଠଶିଳ୍ପି ଦିବ୍ୟାଦର୍ଶିନି ମହାନ୍ତି ଓ ସଞ୍ଜୟ ସେନାପତିଙ୍କ କଣ୍ଠରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସଗୀତଜ୍ଞ ପ୍ରଦୁ୍ୟମ୍ନ କୁମାର ଜେନା,ପ୍ରଭାକର ସାହୁ, ରାନୁ ଜେନା, ଚିନ୍ମୟୀ ସାହୁ ପ୍ରମୁଖ ଶିଳ୍ପିମାନେ ମା’ଶାରଳାଙ୍କ ଭଜନ ଓ ମଧୁଦାସଙ୍କ ସ୍ୱରଚିତ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମଟିକୁ ଶ୍ରୀନାଥ ଘଡାଇ ଓ ଲିପିକା ମହାନ୍ତି ସଂଯୋଜନା କରିଥିଲେ । ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାଇ ଖୁବ ସ୍ୱଳ୍ପ ସଂଖ୍ୟକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମଧୁବାବା ଯୁବକ ସଙ୍ଗ ଓ ଗ୍ରାମବାସୀମାନେ ବିଶେଷ ଭାବରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *