Wednesday , October 4 2023
Breaking News
Home / ବିଶେଷ / ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ମୁଖପତ୍ର ଉନ୍ମୋଚନ

ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ମୁଖପତ୍ର ଉନ୍ମୋଚନ

କେନ୍ଦ୍ରାପଡା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ଓଡିଶା ରାଜସ୍ୱ ଅମଲା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ନୂତନବର୍ଷ ୨୦୨୧ ପରିପ୍ରେକ୍ଷୀରେ  ସଙ୍ଘର ଏକ  ମୁଖପତ୍ର  ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ।  ଏହି ଉପଲକ୍ଷେ ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖାର ସଭାପତି ଦୀନବନ୍ଧୁ ରଥ, ସମ୍ପାଦକ ରମେଶ ଚନ୍ଦ୍ର ପାଣି, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ବେହେରାଙ୍କ ସମେତ ଜିଲ୍ଲାର ରାଜସ୍ୱ ଅମଲାମାନେ ଉପସ୍ଥିତ ଥିଲେ । ରାଜସ୍ୱ ଅମଲା ସଙ୍ଘକୁ ଅଧିକରୁ ଅଧିକ ସୁଦୃଢ କରିବା ଓ ଲୋକାଭିମୁଖୀ ଶାସନରେ ନିଜକୁ ପୂର୍ଣ୍ଣପ୍ରାଣରେ ନିୟୋଜିତ କରି ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ରାଜସ୍ୱ ଅମଲାମାନଙ୍କୁ  ଏହି ପରିପ୍ରେକ୍ଷୀରେ ଆହ୍ୱାନ ଦେଇଥିବା ସଙ୍ଗର ସଭାପତି ଶ୍ରୀ ରଥ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *