Wednesday , October 5 2022
Breaking News
Home / ବିଶେଷ /    ଅଷ୍ଟମ ପ୍ରହର ନାମ ଯଜ୍ଞ     

   ଅଷ୍ଟମ ପ୍ରହର ନାମ ଯଜ୍ଞ     

ପାଟକୁରା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ନବ ବର୍ଷ ଉପଲକ୍ଷେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଡାରୀ ପଂଚାୟତ ଅନ୍ତର୍ଗତ ହରିଦାସପୁର ଗ୍ରାମସ୍ଥିତ ହରଗୌରୀ ଆଶ୍ରମରେ ଅଷ୍ଟମ ପ୍ରହର ନାମ ଯଜ୍ଞ ଉତ୍ସବ ଅନୁଷ୍ଟିତ ହେଉଛି । ଶୁକ୍ରବାର ଶୁଭାଧିବାସ କରାଯିବା ପରେ ଆଜି ନାମଯଜ୍ଞ ଉତ୍ସବ ଅନୁଷ୍ଟିତ ହେଉଛି । ଆସନ୍ତାକାଲି  ନଗର ସଂକିର୍ତନ କରାଯିବ ବୋଲି ଆଶ୍ରମର ବାବାଜୀ ସତ୍ୟଭାନୁ ପ୍ରକାଶ କରିଛନ୍ତି । କୋଭିଡ୍ କଟକଣା  ମଧ୍ୟରେ ଅଂଚଳର ବିଭିନ୍ନ ସ୍ଥାନରୁ ଆସିଥିବା ସଂକିର୍ତନ ମଣ୍ଡଳୀ ଦ୍ୱାରା ନାମ ସଂକିର୍ତନ ଅନୁଷ୍ଟିତ ହେଉଛି । ସନ୍ଧ୍ୟାରେ ହରିଦାସପୁର, ବିଚଣା,ବେଡାରୀ ଆଦି ଗ୍ରାମମାନଙ୍କରୁ ଶ୍ରଦ୍ଧାଳୁମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଦେଖାଯାଇଛି ।   ଓଡ଼ିଶା ସମାଚାର

 

Leave a Reply

Your email address will not be published.