Monday , December 6 2021
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନକଲେ ଆରଡିସି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନକଲେ ଆରଡିସି

କଟକ, ୦୧/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ଅନିଲ କୁମାର ସାମଲ ଗୁରୁବାର କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ଉପବିଭାଗଗୁଡ଼ିକୁ ନିରୀକ୍ଷଣ କରିବା ସହ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ଅନୁଧ୍ୟାନ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବା ଉପରେ ତଥା ସାମୂହିକ ଜନଅଭିଯୋଗର ସମାଧାନ ଦିଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସମଗ୍ର ଜିଲ୍ଲାରେ ରାଜସ୍ୱ ମାମଲାଗୁଡ଼ିକର ତୁରନ୍ତ ଫଇସଲା ସହ ରାଜସ୍ୱ ଆଦାୟର ଅଭିବୃଦ୍ଧି ଓ ଧାର୍ଯ୍ୟଲକ୍ଷ୍ୟ ହାସ କରାଯିବା ନେଇ ଗୁରୁତ୍ୱାରୋପ କରିଥିଲେ । ଏତଦ ବ୍ୟତୀତ ଏଜି ପାରା ରାଜସ୍ୱ ପର୍ଷଦ ଅଡିଟ୍ ପାରାଗୁଡ଼ିକ ପ୍ରତି ଉପବିଭାଗୀୟ ଅଧିକାରୀମାନେ ଦୃଷ୍ଟିଦେଇ କାର୍ଯ୍ୟ କରିବା ପାଇଁ ଶ୍ରୀ ସାମଲ ନିର୍ଦ୍ଧେଶ ଦେଇଥିଲେ । ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେଶ ଓ ପେନସନ କେଶଗୁଡ଼ିକର ସମାଧାନ ନିମନ୍ତେ ସଂସ୍ଥା ଉପ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ । ଜିଲ୍ଲାସ୍ତରୀୟ ଅଧିକାରୀମାନେ ବିଭିନ୍ନ ବ୍ଲକ ତହସିଲ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଗୁଡ଼ିକୁ ଗସ୍ତକରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଆୟୁକ୍ତ ଶ୍ରୀ ସାମଲ ଉପବିଭାଗ ସମେତ ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ସମାଜ ମଙ୍ଗଳ, ପଂଚାୟତ, ଖାଉଟି ଓ ଖାଦ୍ୟ ଯୋଗାଣ, ସୂଚନା ଓ ଲୋକସମ୍ପର୍କ ବିଭାଗ, ସଂସ୍କୃତି, କ୍ରୀଡା ଆଦି ଉପବିଭାଗର କାର୍ଯ୍ୟ ନିରୀକ୍ଷଣ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହାଂଚାଇବା ଓ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ସରକାରୀ ସେବା ଯୋଗାଇବା ଉପରେ ଅଧିକ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆରଡିସିଙ୍କ ପରିଦର୍ଶନ ସମୟରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ପୂର୍ଣ୍ଣଚନ୍ଦ୍ର ମିଶ୍ରୀଙ୍କ ସମେତ ଜିଲ୍ଲାସ୍ତରୀୟ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *