Saturday , October 16 2021
Breaking News
Home / ବିଶେଷ / କବିତା ପାଠୋତ୍ସବ ଜରିଆରେ ନୂତନ ବର୍ଷକୁ ସ୍ୱାଗତ

କବିତା ପାଠୋତ୍ସବ ଜରିଆରେ ନୂତନ ବର୍ଷକୁ ସ୍ୱାଗତ

ଭୁବନ ୦୧/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନର ସର୍ବପୁରାତନ ତଥା ସମ୍ଭ୍ରାନ୍ତ ସାରସ୍ୱତ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସଂସଦ’ ଆନୁକୂଲ୍ୟରେ ନବବର୍ଷ ଅବସରରେ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନୂଆଭୁବନ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସଦ ର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଅଧ୍ୟକ୍ଷତା କରି ୨୦୨୦ କୁ କ୍ଷୋଭ ଓ ଗଭୀର ଆତ୍ମଦାହ ମଧ୍ୟରେ ବିଦାୟ ଦେଇ ନୂତନବର୍ଷ ପାଇଁ ନୂତନ ଆଶା ଓ ଆହ୍ୱାନ ପୂର୍ବକ ଆତ୍ମପ୍ରତ୍ୟୟରେ ବଂଚିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ । ଆର୍ଯ୍ୟକବି,ପଣ୍ଡିତ ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସୁନ୍ଦର ଭାବରେ ନାନା ଦୃଷ୍ଟାନ୍ତ ମାଧ୍ୟମରେ ଉପସ୍ଥିତ ସାରସ୍ୱତ ସାଧକଙ୍କୁ ନୂତନବର୍ଷର ସମ୍ଭାବ୍ୟ ସମୃଦ୍ଧିର ଆଶା ସଂଚାର କରାଇଥିଲେ । ସମ୍ମାନୀତ ଅତିଥି ଭାବେ କବୟିତ୍ରୀ ତୁଳସୀରାଣୀ ବେହେରା,ବାଜିରାଉତ କଲେଜର ପୂର୍ବତନ ଅଧ୍ୟକ୍ଷ ନିତ୍ୟାନନ୍ଦ ପରିଡା ଯୋଗଦେଇଥିଲେ । କବି ଲିଙ୍ଗରାଜ ବେହେରା,ସୁରେନ୍ଦ୍ର ପୃଷ୍ଟି,ଚିତ ରଞ୍ଜନ ମିଶ୍ର,ଲଲିତ କୁମାର ବେହେରା,ଚିତ୍ରଶିଳ୍ପୀ ନାରାୟଣ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠୋତ୍ସବ କରି ନୂତନ ବର୍ଷକୁ ସ୍ୱାଗତ ଜଣାଇଥିଲେ । ଶିକ୍ଷକ ରବୀନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନର ସମ୍ପାଦିକା ବାସନ୍ତୀ କୁମାରୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *