ଭୁବନେଶ୍ୱର, ୦୧/୦୧/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଆଇଏଏସ ସ୍ତରରେ ବଦଳି କରିଛନ୍ତି। ଆର୍ . ଭିନିଲ କ୍ରୀଷ୍ଣା ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ। ସେ କ୍ରୀଡ଼ା ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ହେଲେ ଓଏମସି ଏମଡି, ମହମ୍ମଦ ସାଦିକ ଆଲାମଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ, ସେହିଭଳି ଭୁବନେଶ୍ବର ଏଡିଏମ ଭାବେ କୋଭିଡ୍ ପରିଚାଳନା ସହ ବିଏମସିର ଅତିରିକ୍ତ କମିଶନର ଭାବେ ଦାୟିତ୍ବ ତୁଲାଉଥିବା ଶ୍ରୀମତି ପାରୁଲ ପଟଓ୍ବାରୀଙ୍କୁ ପୂର୍ତ୍ତ ବିଭାଗର ଉପ ସଚିବ ପଦବୀରେ ନିଯୁକ୍ତି ଦିଆଯାଇଛି । ବିଶାଲ ସିଂହ ହେଲେ ଯାଜପୁର ପିଡି ଡିଆରଡିଏ। ପ୍ରମୋଦ ବେହେରା ହେଲେ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ।
ସେହିପରି ୪ ଜିଲାର ଜିଲ୍ଲାପାଳ ଙ୍କୁ ବଦଳି କରାଯାଇଛି। ପୁରୀ, କେନ୍ଦ୍ରାପଡ଼ା,ରାୟଗଡ଼ା ଓ ଜଗତସିଂହପୁରର ଜିଲ୍ଲାପାଳଙ୍କ ବଦଳି ହୋଇଛି। କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ପୁରୀ ଜିଲ୍ଲାପାଳ। ସେହିଭଳି ରାୟଗଡା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଅମ୍ରିତ ରୁତୁରାଜଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ର ଙ୍କୁ ରାୟଗଡା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମାଚାର