ଭୁବନେଶ୍ୱର, ୦୧/୦୧/୨୦୨୧ (ଓଡ଼ିଶା ସମାଚାର)- ରାଜଧାନୀରେ ଅଭିନବ ଭାବେ ନବ ବର୍ଷ ପାଳନ କରାଯାଇଛି । ବିଭିନ୍ନ ଅସହାୟ ଓ ନିରାଶୟଙ୍କୁ ଖସିର ଖାଦ୍ୟ ପୁଡ଼ିଆ ବାଂଟି ଖୁସି ପାଳନ ସହ ନବ ବର୍ଷକୁ ସ୍ୱାଗତ କରାଯାଇଛି । “ଖୁସିର ଖାଦ୍ୟ ସଭିଁଙ୍କ ସହ’’ ଏହି କାର୍ଯ୍ୟକ୍ରମରେ ଝାଡପଡ଼ା ଜେଲ ନିକଟ ମଧୁରମଇ ଶିକ୍ଷା ନିକେତନ ଆଶ୍ରମରେ, ନୂଆଗାଁ ଶ୍ରୀକୃଷ୍ଣ ଆନନ୍ଦ ଆଶ୍ରମ ଅନ୍ତେବାସୀ, ରେଲୱେ ଷ୍ଟେସନ୍, ସାଇ ମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଖାଦ୍ୟ ପୁଡ଼ିଆ ବଟଂନ କରି ଅସହାୟ ଲୋକଙ୍କ ସହ ନୂଆ ବର୍ଷ ପାଳନ କରାଯାଇଥିଲା । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସଏମଏସ୍ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଏହାର ଟ୍ରଷ୍ଟି ତଥା ପିଡିଏଚଆରଆଇର ଭୁବନେଶ୍ୱର ସଭାପତି ସଞ୍ଜିବ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ମନୋରଞ୍ଜନ ସାହୁ, ସମ୍ପାଦିକା ଶର୍ମିଷ୍ଠା ସାହୁ, ସଂଗଠନ ସମ୍ପାଦକ ଖୁସି ମୋଟୱାନୀ, ଅଭିଷେକ ବିଶ୍ୱାଳ, ରବିନ୍ଦ୍ର ନାଥ ରାଉତରାୟ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
