Saturday , October 23 2021
Home / ବିଶେଷ / ୩୫ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଲା

୩୫ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଲା

ଭୁବନେଶ୍ୱର, ୩୧/୧୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ବୁଧବାର ୩୫ଜଣ ଆଇଏଏସଙ୍କୁ ପଦୋନ୍ନତି ଦେଇଛନ୍ତି । ଆପେକ୍ସ ସ୍କେଲ, ପ୍ରିନ୍ସିପାଲ ସେକ୍ରେଟେରୀ, ସୁପର ଟାଇମ୍ ସ୍କେଲ୍ , ସିଲେକସନ୍ ଗ୍ରେଡ୍ , ଜୁନିୟର ଆଡମିନିଷ୍ଟ୍ରେସନ୍ ଗ୍ରେଡ୍ ଓ ସିନିୟର ଟାଇମ୍ ସ୍କେଲ ପାହ୍ୟାରେ ଥିବା ଆଇଏଏସ ଅଫିସରମାନଙ୍କୁ ପଦୋନ୍ନତି ମିଳିଛି । ତେବେ ପଦୋନ୍ନତି ପାଇଥିବା ସମସ୍ତ ଅଫିସରଙ୍କୁ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । କେତେକ ପଦବୀକୁ ମଧ୍ୟ ଅପଗ୍ରେଡ୍ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଗୃହ ବିଭାଗ ପ୍ରମୁଖ ସଚିବ ତଥା ୧୯୯୦ ବ୍ୟାଚ ଆଇଏଏସ୍ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଭାବେ ପଦୋନ୍ନତି ମିଳିଛି । ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟକରିବେ । ସେହିପରି ୧୯୯୬ ବ୍ୟାଚର ୩ଜଣ ଆଇଏଏସ ଶାଶ୍ୱତ ମିଶ୍ର, ବୀରବିକ୍ରମ ଯାଦବ ଓ ବିଶାଳ ଦେବଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସୁପରଟାଇମ୍ ସ୍କେଲ୍ କୁ ୨୦୦୫ ବ୍ୟାଚର ୮ଜଣ ଆଇଏଏସଙ୍କୁ ପଦୋନ୍ନତି ମିଳିଛି । ସେମାନେ ହେଲେ ଆଇଏଏସ୍ ଆର. ଭିନିଲ କ୍ରିଷ୍ଣା, ରତ୍ନାକର ରାଉତ, ଦାଶରଥୀ ଶତପଥୀ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଅଞ୍ଜନ କୁମାର ମାଣିକ, ବୃନ୍ଦାବନ ବେହେରା, ସୁରେଶ ଚନ୍ଦ୍ର ଦଳାଇ ଓ ଦେବେନ୍ଦ୍ର କୁମାର ଜେନା । ସେହିପରି ସିଲେକସନ୍ ଗ୍ରେଡ୍ ପାହ୍ୟାକୁ ୨୦୦୮ ବ୍ୟାଚର ୧୨ଜଣ ଆଇଏଏସ ପଦୋନ୍ନତି ପାଇଛନ୍ତି । ସେମାନେ ହେଲେ ଭୂପିନ୍ଦର ସିଂ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ.ମୁଥୁକୁମାର, ବି.ପରମେଶ୍ୱରନ, ଗୁହା ପୁନମ ତାପସ କୁମାର, ମାଗୁଣି ଚରଣ ପାତ୍ର, ବୃନ୍ଦାବନ ବେହେରା, ଧନଞ୍ଜୟ ହେମ୍ବ୍ରମ, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ ଓ ବଟକୃଷ୍ଣ ଦେହୁରୀ । ସେହିପରି ସିନିୟର ଟାଇମ୍ ସ୍କେଲକୁ ୨୦୧୭ ବ୍ୟାଚର ୪ଜଣ ଆଇଏଏସ ପଦୋନ୍ନତି ପାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *