Thursday , October 6 2022
Breaking News
Home / ବିଶେଷ / ସାରା ରାଜ୍ୟରେ ଦିନିକିଆ ନାଇଟ୍ କର୍ଫ୍ୟୁ ଆଜି

ସାରା ରାଜ୍ୟରେ ଦିନିକିଆ ନାଇଟ୍ କର୍ଫ୍ୟୁ ଆଜି

ଭୁବନେଶ୍ୱର, ୩୧/୧୨/୨୦୨୦ (ଓଡ଼ିଶା ସମାଚାର)- ଆସନ୍ତା କାଲି ଇଂରାଜୀ ନୂଆ ବର୍ଷ । ଆଜି ରାତିରେ ଜିରୋ ନାଇଟ ସାଲିବ୍ରେସନ୍ କୁ ଲକ୍ଷ ରଖି କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ସାରା ରାଜ୍ୟରେ ଲାଗୁ ହେଲା ଦିନିକିଆ ନାଇଟ୍ କର୍ଫ୍ୟୁ । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ୟ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସୁବିଧା ଏବଂ ଗମନାଗମନ ଉପଲବ୍ଧ ରହିବ । ରାଜ୍ୟବାସୀଙ୍କୁ ସହଯୋଗ କରିବା ଲାଗି ମଧ୍ୟ ଏସଆରସି ଅନୁରୋଧ କରିଛନ୍ତି ।
ଏହି କର୍ଫ୍ୟୁ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ଲକ୍ ଡ଼ାଉନ୍ , ସଟ ଡ଼ାଉନ୍ ବେଳେ ଯେଉଁପରିଭାବରେ ନାଇଟ କର୍ଫୁ୍ୟ ପାଳନ କରାଯାଉଥିଲା, ସେହିପରି ଏହା ପାଳନ କରାଯିବ । ଜିଲାପାଳ ଓ ଜିଲା ଏସପି ମାନେ ଏହାକୁ ଦେଖିବେ । ସମସ୍ତ ଥାନା ଅଂଚଳରେ ପେଟ୍ରୋଲିଂ କରାଯିବ । ରାତି ୯ ଟା ଭିତରେ ଘରକୁ ଫେରିଯାଆନ୍ତୁ, ୯ ଟା ପରେ ସମସ୍ତ ହୋଟେଲ, ବାର ଆଦି ବନ୍ଦ ରହିବ । ରାସ୍ତା ଗୁଡ଼ିକୁ ସିଲ କରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published.