ପାଟକୁରା ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ଆଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କରାଯିବା ପାଇଁ ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ହରଗୌରୀ ଆଶ୍ରମ ପରିସରରେ ଗତକାଲି ସନ୍ଧ୍ୟାରେ ଶ୍ରୀରାମ ଜନ୍ମଭୂମୀ ତିର୍ଥକ୍ଷେତ୍ର ନ୍ୟାସ ସମର୍ପଣ ସମିତି,ଗରଦପୁର ଖଣ୍ଡ ପକ୍ଷରୁ ପାଟକୁରା ମଣ୍ଡଳର ଏକ ପ୍ରସ୍ତୁତି ବୈଠକ ଆବାହକ ପ୍ରିୟବ୍ରତ ପରିଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରାଯିବା ସମ୍ପର୍କରେ ଆବାହକ ଶ୍ରୀ ପରିଜା ସୂଚନା ଦେବା ସହିତ ଆସନ୍ତା ଜାନୁଆରୀ୧୪ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଟକୁରା,ବେଡାରୀ ଓ ପଦ୍ମପୁର ପଂଚାୟତକୁ ନେଇ ଗଠିତ ହୋଇଥିବା ପାଟକୁରା ମଣ୍ଡଳର ସମସ୍ତ ଗ୍ରାମର ପ୍ରତି ଘରକୁ ଘର ରାମ ଭକ୍ତମାନେ ଯାଇ ଶ୍ରୀରାମ ମନ୍ଦିର ନିର୍ମାଣ କରିବା ସମ୍ପର୍କରେ ପ୍ରତି ପରିବାରରେ ସଚେତନତା ସୃଷ୍ଟି କରିବା ସହିତ ମନ୍ଦିର ନିର୍ମାଣ କରାଯିବା ପାଇଁ ସମର୍ପଣ ରାଶି ସଂଗ୍ରହ କରାଯିବ ବୋଲି ଆବାହକ ଶ୍ରୀ ପରିଜା ବୈଠକରେ ସୂଚନା ଦେଇଥିଲେ । ସଂଗୃହିତ ଅର୍ଥ ରାଶିକୁ ଶ୍ରୀରାମ ଜନ୍ମଭୂମୀ ତିର୍ଥକ୍ଷେତ୍ର ନ୍ୟାସ ସମର୍ପଣ ସମିତର ବ୍ୟାଙ୍କ ଖାତାରେ ଜମା କରାଯିବା ବ୍ୟବସ୍ଥା ସମ୍ପର୍କରେ କହିଥିଲେ । ବିଭିନ୍ନ ପଂଚାୟତମାନଙ୍କରେ ଥିବା ଗ୍ରାମଗୁଡିକର ରାମ ସେବକମାନଙ୍କ ନାମ ତାଲିକା ସଂଗ୍ରହ କରାଯାଇଥିଲା ଏହି ବୈଠକରେ ବେଡାରୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ଚିତରଞ୍ଜନ ଚୌଧୁରୀ,ମଂଟୁ ମହାନ୍ତି,ଗଣେଶ ପ୍ରସାଦ ସେଠୀ,ଜଗବନ୍ଧୁ ବାରିକ୍,ବିକୁ ଜ୍ୟୋତି ରଞ୍ଜନ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର