Tuesday , October 4 2022
Breaking News
Home / ବିଶେଷ / ମାଆକୁ କଥା ଦେଇଥିବାରୁ ମାଗଣାରେ ଖାଦ୍ୟ ବାଣ୍ଟିଲେ ହୋଟେଲ ମାଲିକ

ମାଆକୁ କଥା ଦେଇଥିବାରୁ ମାଗଣାରେ ଖାଦ୍ୟ ବାଣ୍ଟିଲେ ହୋଟେଲ ମାଲିକ

  ମାହାଙ୍ଗା,୩୧/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା):ବୟସ ମାତ୍ର ୬  ମାସ  ।  ନାଆଁ ଆୟନ  ।  ପାଦ ସଳଖି ଠିଆହବା ଶିଖିନି କିମ୍ବା ଏଯାଏଁ ପାଟିବି ଖୋଲିନି  ।  କିନ୍ତୁ ବାପା ମେରାଜ ଖାନ ଯେତେବେଳେ ନିଜ ଗୋଡ଼ରେ ଛିଡାହେବାକୁ ଏକ ନୂଆ ଉଦ୍ୟୋଗ ଆରଂଭ କରିବାର ସଂକଳ୍ପ ନେଲେ, ସେତେବେଳେ ବୃଦ୍ଧା ମା’ ହସିନା ବିବି କୋଳରେ ରହି ନାତି ଆୟନ ନୂଆ ହୋଟେଲକୁ ଫିତାକାଟି ଉଦଘାଟନ କରିବା ଦେଖିବାକୁ ମିଳିଥିଲା  ।  କେବଳ ସେତିକିରେ କଥା ସରି ନଥିଲା  । ନାତିର ମଙ୍ଗଳପାଇଁ ପୁଅ ମେରାଜକୁ ମା’ ହାସିନା ବିବି ପରାମର୍ଶ ଦେଇ କହିଥିଲେ, ଆଲ୍ଲା ଓ ଭଗବାନ ଏକ  । ସେବା ଓ ପରୋପକାରୀ ମନୋଭାବ ରଖିଲେ ଜୀବନ ଧନ୍ୟ ହୋଇଯିବ  । ହୋଟେଲ ଆରମ୍ଭର ପ୍ରଥମ ଦିନ ବିନା ମୂଲ୍ୟରେ ସମସ୍ତଙ୍କୁ ଖାଦ୍ୟ ବଣ୍ଟନ କରିବାକୁ ପୁଅ ମେରାଜ ମାଆ ହାସିନା ବିବିଙ୍କୁ କଥା ଦେଇଥିଲେ  ।   ମାଆଙ୍କ ପରାମର୍ଶ ଅନୁଯାୟୀ ପ୍ରାୟ ୫ ଶହରୁ ଅଧିକ ଗ୍ରାହକଙ୍କୁ ବିନା ମୂଲ୍ୟରେ ଖାଇବାକୁ ଯୋଗାଇଦେଲେ ମେରାଜ ଓରଫ ଅନିଲ  ।

କଟକ ଚାନ୍ଦବାଲି ରାସ୍ତାର ଅସୁରେଶ୍ୱର ନିକଟରେ ରହିଥିବା ଏହି ହୋଟେଲ ଗ୍ରାଣ୍ଡ ରୟାଲ ଏବେ ବେଶ୍ ଚର୍ଚ୍ଚାରେ ।  ନୂଆବର୍ଷ ଆରମ୍ଭରୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ଏହାର ପ୍ରୋପାଇଟର ଅନିଲ ନିଷ୍ପତି ନେଇଥିବାରୁ, ସବୁ ବର୍ଗର ଗ୍ରାହକ ଏଠାରୁ ଖାଦ୍ୟ ପାଇପାରିବେ ବୋଲି କୁହାଯାଉଛି   । ଓଡ଼ିଶା ସମାଚାର

Leave a Reply

Your email address will not be published.