ଭୁବନ ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନ ସେବା ସମବାୟ ସମିତି ତରଫରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ୨୦୨୦-୨୧ ବର୍ଷର ଧାନମଣ୍ଡି ଆଜି ଉଦଘାଟିତ ହୋଇଯାଇଛି । ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ନଡିଆ ବାଡେଇ ମଣ୍ଡିର ଶୁଭ ଉଦଘାଟନ କରିଥିଲେ । ସାଂସଦ ମହେଶ ସାହୁ ଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଧାନକ୍ରୟ ପରିଚାଳନା କମିଟିର ଭରତ ଚନ୍ଦ୍ର ପୃଷ୍ଟି,ସୁରେନ୍ଦ୍ର କୁମାର ପୃଷ୍ଟି,ସତ୍ୟାନନ୍ଦ ପୃଷ୍ଟି,ଶିଶିର କୁମାର ସାହୁ ,ଶ୍ରୀଧର ବେହେରା ଙ୍କ ସମେତ ବରିଷ୍ଠ ଚାଷୀ ଅନୁକୂଳ ପୋଥାଳ,ହୃଦାନନ୍ଦ ବେହେରା, ରମେଶ ଚନ୍ଦ୍ର ପୃଷ୍ଟି ଓ ସେବା ସମବାୟ ସମିତି ର ଭାରପ୍ରାପ୍ତ ସମ୍ପାଦକ ବିଜୟ କୁମାର ପାତ୍ର, ପ୍ରତାପ ଦାସ ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ମା ସରସ୍ୱତୀ ରାଇସ ମିଲ ଦ୍ୱାରା ୩ ଜଣ ଚାଷୀଙ୍କର ୧୨୯ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା । ପ୍ରତି ସପ୍ତାହର ବୁଧୁବାର ଏବଂ ଗୁରୁବାର ଦିନ ମଣ୍ଡି ଖୋଲିବ ବୋଲି ସୂଚନା ଦଆଯାଇଛି । ଓଡ଼ିଶା ସମାଚାର