Friday , September 29 2023
Breaking News
Home / ବିଶେଷ / ବରିଷ୍ଠ ନାଗରିକ ସମ୍ବର୍ଦ୍ଧାନା ଉତ୍ସବ

ବରିଷ୍ଠ ନାଗରିକ ସମ୍ବର୍ଦ୍ଧାନା ଉତ୍ସବ

ନିରାକାରପୁର, ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପଂଚାୟତ ବାସନ୍ତି ପଡିଆ ଠାରେ ଓଁ ଶୀ୍ର ଯୁବ ପରିଷଦ ଆନୁକୂଲ୍ୟରେ ଦିତୀୟ ବାର୍ଷିକ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଗୁରୁବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜୈ୍ୟାତିନ୍ଦ୍ର ନାଥ ମିତ୍ର,ମୁଖ୍ୟ ବକ୍ତା ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଦଳେଇ,ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ସଂଜୟ ପଟ୍ଟନାୟକ,ଅନୁଷ୍ଠାନର ସଂଯୋଜକ ବିଶ୍ୱଭୁଷଣ ଛୋଟରାୟ,ଖୋର୍ଦ୍ଧା ଜିଲ୍ଲା ଧାନ ଚାଷୀ ମହାସଂଘର ସଭାପତି କେଳୁ ଜଗଦେବ,ସାମାଜିକ କର୍ମି ରମେଶ ଶୀ୍ରଚନ୍ଦନ,ସାମାଜିକ କର୍ମି ଅକ୍ଷୟ ଉଦୟ ସିଂହ,ସାମାଜିକ କର୍ମୀ ପ୍ରଦୀପ ରାଉତରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ୯୬ ଜଣ ପୁରୁଷ ,ମହିଳା ବର୍ଷିଆନ ବ୍ୟକ୍ତି ମାନଙ୍କ ସହିତ ସ୍ଥାନୀୟ ଖବର ଦାତା ମାନଙ୍କୁ ଫୁଲ ଗୋଛା ଓ ଉପଢୈାକନ ଦେଇ ସମ୍ବଦ୍ଧିତ କରାଯାଇଥିଲା । ଓଁ ଶୀ୍ର ଯୁବପରିଷଦର ସଭାପତୀ କୃର୍ଷ୍ଣ ଚନ୍ଦ୍ର ନରେନ୍ଦ୍ର ମଂଚ ପରିଚାଳନା କରିଥିବା ବେଳେ ନାଗରିକ କମିଟିର ସଭାପତି ସୁରେନ୍ଦ୍ର ନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଦାର ବଳବନ୍ତରାୟ,କାଳୁ ସୁନ୍ଦରାୟ,ବୁନା ଗଜେନ୍ଦ୍ର ଓ ଭିକାରୀ ବଳବନ୍ତରାୟ ସହେଯାଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *