Friday , October 22 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବା କ୍ୟାବିନେଟ ନିଷ୍ପତିକୁ ସ୍ୱାଗତ କଲେ ବନ୍ଦର ଅଧ୍ୟକ୍ଷ

ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବା କ୍ୟାବିନେଟ ନିଷ୍ପତିକୁ ସ୍ୱାଗତ କଲେ ବନ୍ଦର ଅଧ୍ୟକ୍ଷ

ପାରାଦୀପ ୩୧/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମନସୁଖ ମଂଡୀବୀୟ ଙ୍କ ଦ୍ୱାରା ୱେଷ୍ଟ୍ରନ୍ ଡକ୍ ର ବିକାଶ ପାଇଁ ୩୦୦୪.୬୩କୋଟି ଟଙ୍କାର ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ବିନିତ୍ କୁମାର । ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ଦ୍ୱାରା ପାରାଦୀପ ବନ୍ଦରର ନବୀକରଣ ତଥା ବିଶ୍ୱସ୍ତରୀୟ କରିବା ପାଇଁ ହୋଇଥିବା ନିଷ୍ପତି ହୋଇଛି । ଏହାକୁ ନେଇ ବନ୍ଦରର କର୍ମଚାରୀ ତଥା ଅଧିକାରୀମାନେ ମଧ୍ୟ ସ୍ୱାଗତ କରିଛନ୍ତି । ପାରାଦୀପ ବନ୍ଦର ଲାଗି ଏହା ଏକ ବଡ ପରିଯୋଜନା ବୋଲି ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଉଚ୍ଚ ବିଶ୍ୱସ୍ତରୀୟ ଜ୍ଞାନ କୌଶଳରେ ଏହି ନୂତନ ଜେଟ୍ଟି ର ନିର୍ମାଣ କରାଯିବ । ଏହା ଦ୍ୱାରା ବନ୍ଦର ର କ୍ଷମତା ତଥା କାର୍ଯ୍ୟ ଦକ୍ଷତାରେ ଅଭିବୃଦ୍ଧି ହେବ । ପ୍ରକଳ୍ପ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଅଧିକାରୀ ତଥା କର୍ମଚାରୀ ଯେଉଁ ମାନେ ଏହାର ଅଗ୍ରଗତିରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ସେମାନଙ୍କୁ ବନ୍ଦର ଅଧ୍ୟକ୍ଷ ଶ୍ରୀ କୁମାର ସାଧୁବାଦ ଜଣାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ଦୁଇ ଚକିଆ ଗାଡିର ବିକ୍ରେତା “ସମୀର ଟିଭିଏସ” ପକ୍ଷରୁ ଏକ ନୂତନ ମଟରସାଇକେଲ …

Leave a Reply

Your email address will not be published. Required fields are marked *