Sunday , October 24 2021
Breaking News
Home / ବିଶେଷ / ପାରାଦୀପ ନଗର ବିଜେଡି ସଂପାଦକଙ୍କ ନବବର୍ଷ ବ୍ୟାନର ଚୋରୀ

ପାରାଦୀପ ନଗର ବିଜେଡି ସଂପାଦକଙ୍କ ନବବର୍ଷ ବ୍ୟାନର ଚୋରୀ

ପାରାଦୀପ ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ନୂଆବର୍ଷ ପାଇଁ ପାରାଦୀପ ଅଂଚଳର ବିଭିନ୍ନ ଶ୍ରମିକ ସଂଗଠନ, ରାଜନୈତିକ ଦଳ ଓ ବ୍ୟବସାୟିକ ଅନୁଷ୍ଠାନ ନୂଆବର୍ଷ ୨୦୨୧ ଉପଲକ୍ଷେ ଅଭିନନ୍ଦନର ବାର୍ତା ସହ ବଡବଡ ବ୍ୟାନର ଟାଙ୍ଗିଥିଲେ ।  ସେହିପରି ପାରାଦୀପ ନଗର ବିଜେଡି ସଂପାଦକ ତଥା ପୌରପାଳିକାର ପୂର୍ବତନ ପାରିଷଦ ଶଂକର ପ୍ରସାଦ ରାଉତଙ୍କ ନୂଆବର୍ଷ ଅଭିନନ୍ଦନ ବ୍ୟାନର ଚୋରୀ ହୋଇଥିବା ନେଇ ପାରାଦୀପ ଆଦର୍ଶ ଥାନାରେ ଗୁରୁବାର ଦିନ ଅଭିଯୋଗ ହୋଇଛି । ପାରାଦୀପ ନଗର ବିଜେଡି ର ନବ ଗଠିତ କମିଟିରେ ସାଧାରଣ ସମ୍ପାଦକ ଦାୟିତ୍ୱ ନେଇଥିବା ଶଂକର ପ୍ରସାଦ ରାଉତ ନିଜର ଏକ ଅଭିନନ୍ଦନ ବାର୍ତା ସହ ବ୍ୟାନରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ପଟ୍ଟନାୟକ, ମାନ୍ୟବର ଜଳ ସଂପଦ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ରଘୁନନ୍ଦନ ଦାସ, ମାନ୍ୟବର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ମାନ୍ୟବର ବିଧାୟକ ଜଗତସିଂହପୁର ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ସମ୍ବିତ ରାଉତରାୟ, ପାରାଦୀପ ନଗର ବିଜେଡି ସଭାପତି ତଥା ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଫଟୋ ସହ ଶଂକରଙ୍କର ଫଟୋ ଏହି ବ୍ୟାନରରେ ସ୍ଥାନିତ ହୋଇଥିଲା । ବ୍ୟାନର ଚୋରୀ ଅଭିଯୋଗ ପାଇବା ପରେ ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ ସିସିଟିଭି ଫୁଟେଜ୍ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମ୍ପାଦକ ଶ୍ରୀ ରାଉତ କହିଛନ୍ତି ।   ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *