Saturday , November 27 2021
Breaking News
Home / ବିଶେଷ / ପଥର ଉତୋଳନକୁ ଭିଟାମାଟି ବଂଚାଓ ସଂଗ୍ରାମ ସମିତିର ବିରୋଧ

ପଥର ଉତୋଳନକୁ ଭିଟାମାଟି ବଂଚାଓ ସଂଗ୍ରାମ ସମିତିର ବିରୋଧ

ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ପ୍ରତିନିଧି ମଣ୍ଡଳୀ – ଜମି ରେକର୍ଡ ସଂଶୋଧନରେ ଅଟଳ ସଂଗ୍ରାମ ସମିତି
ନିରାକାରପୁର, ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ନରଣଗଡ,ତାପଙ୍ଗ,ଧଉଳିମୁହଁ ପଂଚାୟତର ୧୫ଟି ରାଜସ୍ୱ ଗ୍ରାମର ଅଧିବାସୀଙ୍କ ଜମି ପଟ୍ଟାରୁ ଜମିଦାର ନାମ ଶ୍ରୀଜଗନ୍ନାଥ ମହାପ୍ରଭୂ ବିଜେ ପୁରୀ ତରଫ ଆଡିମିନଷ୍ଟ୍ରେଟର ପରିଚାଳନା କମିଟି ପୁରୀ ଖେୱାଟ ନମ୍ବର ପରିବର୍ତେ ଓଡିଶା ସରକାର କରାଯିବା ନିମନ୍ତେ ଭିଟାମାଟି ବଂଚାଅ ସଂଗ୍ରାମ ସମିତି କୁଣ୍ଡକୁଣ୍ଡି ପାହାଡ ତଳେ ଧାରଣାରେ ବସିଛନ୍ତି । କୁଣ୍ଡକୁଣ୍ଡି ପଥର ଖଣିରୁ ଓଡିଶା ଖଣି ନିଗମ ପଥର ଉତୋଳନ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନ,ଖଣିନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନରଣଗଡ ଭିଟାମାଟି ବଂଚାଅ ସଂଗ୍ରାମ ସମିତିର ଆଲୋଚନା ବିଫଳ ହେବାପରେ କୁଣ୍ଡକୁଣ୍ଡି ପାହାଡ ତଳେ ଧାରଣରେ ବସିଛି ନରଣଗଡ ଭିଟାମାଟି ବଂଚାଅ ସଂଗ୍ରାମ ସମିତି । ଜିମି ରେକଡ ସଂଶୋଧନ ନହେବା ପର୍ଯ୍ୟନ୍ତ କୁଣ୍ଡକୁଣ୍ଡି ପଥର ଖଣିକୁ ଓଡିଶା ଖଣିନିଗମକୁ ପଥର ଉତୋଳନ ବନ୍ଦ କରିବାକୁ ଜିଦ୍ ଧରିଛନ୍ତି ସଂଗ୍ରାମ ସମିତିର ସଭ୍ୟସଭ୍ୟା ମାନେ । ବୁଧବାର ଦିନ ଭିଟାମାଟି ବଂଚାଅ ସଂଗ୍ରାମ ସମିତିର ପ୍ରାୟ ୧୫୦୦ ରୁ ଉର୍ଦ୍ଧ ଗ୍ରାମବାସୀ ମାନେ ହାଡପଦାର ଅଧିଷ୍ଠାତା ଦେବୀ ଦକ୍ଷିଣଚଣ୍ଡି ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଭୋଗପୁର କୁଣ୍ଡକୁଣ୍ଡି ପଥର ଖଣି ଠାରେ ଏକତ୍ରିତ ହୋଇ ଧାରଣାରେ ବସିଥିଲେ । ତହସିଲିଦାର ପଦ୍ମଚରଣ ସାହୁ,ଏସଡିପିଓ ସୁଶିଲି କୁମାର ମିଶ୍ର ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା, ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କଲେ ମଧ୍ୟ ଆନ୍ଦୋଳନକାରୀ ମାନେ ଜମି ରେକର୍ଡ ସଂଶୋଧନଦାବିରେ ଅଟଳ ରହିଛନ୍ତି । ରେକର୍ଡ ସଂଶୋଧନ ନହେବା ପର୍ଯ୍ୟନ୍ତ ଖଣି ଉତୋଳନ ବନ୍ଦ କରିବା ପାଇଁ ଆନ୍ଦୋଳନକାରୀ ମାନେ ଦାବି କରିଥିଲେ । ତହସିଲିଦାର ଶ୍ରୀଯୁକ୍ତ ସାହୁ କହିଲେ ରେକର୍ଡ ସଂଶୋଧନ ସରକାରୀ । ପଲିସ ପ୍ରଶାସନ ଏଥିରେ କିଛି କରିପାରିବନାହିଁ । ଜାନୁଆରୀ ୬ତାରିଖ ଦିନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ପ୍ରତିନିଧି ମଣ୍ଡଳୀଙ୍କୁ ଡାକିଥିଲେ । କିନ୍ତୁ ଜିଲ୍ଲାପାଳ ନରଣଗଡ ଆସିବାକୁ ଗ୍ରାମବାସୀ ମାନେ ଅଡି ବସିଥିଲେ । ପରେ ଖୋର୍ଦ୍ଧାକୁ ନରଣଗଡ ଭିଟାମାଟି ସଂଗ୍ରାମ ସମିତିର ଏକ ପ୍ରତିନିଧି ମଣ୍ଡଳୀ ଆସି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ତହସିଲିଦାର ପ୍ରତିଶୃତି ଦେଇଛନ୍ତି । ସେଠାର ଅଧିବାସୀମାନେ ୧୯୭୪ ମସିହାରୁ ରାଜସ୍ୱ ବିଭାଗକୁ ଖଜଣା ଦେଇ ଆସୁଛନ୍ତି ।୧୯୬୨ରୁ ବନ୍ଦୋବସ୍ତ ହୋଇନଥିବାରୁ ରେକର୍ଡ ସଂଶୋଧନ ହୋଇପାରୁନି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଭିଟାମାଟି ବଂଚାଅ ସଂଗ୍ରାମ ସମିତିର ସଭାପତି ଗୋଦାବରିଶ ଗୁମାନସିଂହ,ସଂଯୋଜକ ଯୁଧିଷ୍ଟିର ହରିଚନ୍ଦନ, ଜିଲ୍ଲାପରିଷଦ ସଭ୍ୟ ଭାସ୍କର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରୁଦ୍ରଭାନୁ ନରେନ୍ଦ୍ରସିଂ,ସମିତି ସଭ୍ୟ ଅମରେନ୍ଦ୍ର ବଳିଆରସିଂହ,ନରଣଗଡ ଗ୍ରାମପଂଚାୟତର ପୂର୍ବତନ ସରପଂଚ ଅବକାଶ ମହାନ୍ତି ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।ଆଇନି ସୃଙ୍ଖଳା ପରିସ୍ଥିତି ପାଇଁ ୫ସେକ୍ସନପୋଲିସ ଫୋର୍ସ ସହ ୫ଜଣ ଅଧିକାରୀ ଉପସ୍ଥିତ ଥିଲେ । ସୁଚନା ଯୋଗ୍ୟ ଜମିରେକଡ ସଂଶୋଧନ ହୋଇନଥିବାରୁ ବିକ୍ରି,ଖରିଦ କରି ନିଜର ଆବଶ୍ୟକ କାର୍ଯ୍ୟ ତୁଲାଇବାରୁ ବଂଚିତ ହେଉଛନ୍ତି । ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ସ୍ଥାୟୀ ପ୍ରମାଣପତ୍ର ପାଇବାରୁ ବଂଚିତ ହେଉଛନ୍ତି ଗ୍ରାମବାସୀ ମାନେ । ସ୍ଥାନୀୟ ଅଂଚଳର ଲୋକମାନେ ନରଣଗଡରେ ଥିବା କୁଣ୍ଡକୁଣ୍ଡି (ବଉଳମାଳ) ପଥର ଖଣି ଗୁଡିକରେ କାମ କରୁଥିଲେ । ମେସିନ ନଲାଗି ଲୋକେ ପଥରକୁ କାଙ୍କରେ କାଟୁଥିଲେ । ଶହଶହ ଲୋକ ଖଣି ଉତୋଳନରେ ନିୟୋଜନ ହୋଇଥିଲେ । ଆଉ ଅନେକ ଲୋକ କୁଣ୍ଡ,ଚନ୍ଦନପେଡି,ଶିଳ,ଘୋରଣା,ବିଭିନ୍ନ ଦେବାଦେବୀ ମୁର୍ତୀ ଏବଂ ମହାପୁରୁଷଙ୍କ ପ୍ରତିମୁର୍ତୀ ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ ।
ଶ୍ରୀମନ୍ଦିର ପ୍ରଶାସନ ମାଲିକାନାରେ ଥିବା ନରଣଗଡ(ଭୋଗପୁର)ପାହାଡରୁ ପଥର ଉତୋଳନ ଦାୟିତ୍ୱ ରାଜ୍ୟ ଖଣି ନିଗମ ହାତକୁ ଯିବାରୁ ଲୋକମାନେ ଜୀବିକା ହରାଇଛନ୍ତି ।୧୮୦୩ ମସିହାରୁ ଏହି ସମସ୍ୟା ଲାଗି ରହିଛି । ଇଂଗ୍ରେଜମାନେ ଏଖରାଜାତମାହାଲା ତାପଙ୍ଗ ପ୍ରଗଣା ସୃଷ୍ଟି କରି ଥିଲେ । ସରକାରମାନେ ଶ୍ରୀଜଗନ୍ନାଥଙ୍କ ପାଇଁ ରାଜସ୍ୱ ଆଦାୟକରୁଥିଲେ । ପୁରୁଷାନୁକ୍ରମିକ ରହିଆସି ଜମି ବିକ୍ରିଖରିଦ କରୁଥିଲେ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଜି ପ୍ରଥମାଷ୍ଟମୀ: ହଳଦୀ ପତ୍ର ବାସ୍ନାରେ ମହକୁଛି କଟକ ସଦର ଅଞ୍ଚଳ

କଟକ ସଦର,୨୭/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ପ୍ରଥମାଷ୍ଟମୀ।ଓଡିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି।ଏହି …

Leave a Reply

Your email address will not be published. Required fields are marked *