Saturday , October 16 2021
Breaking News
Home / ବିଶେଷ / ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

ନିରାକାରପୁର, ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଥିବା ଜୀବନ ବିକାଶ ତରଫରୁ ନାବାର୍ଡ ସହାୟତାରେ ଏକ ଦିନିକିଆ ତୃଣମୂଳ ସ୍ତରିୟ ପ୍ରଶିକ୍ଷଣ ଶିବିର ଲେଣ୍ଡୋ ପଂଚାୟତ କାର୍ଯ୍ୟାଳୟ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ଥାନୀୟ ସରପଂଚ ପବିତ୍ର କୁମାର ଦାସ ଉଦଘାଟନ କରିଥିଲେ । ନାବାର୍ଡର ଏ ଜି ଏମ୍ ନୀଳଲୋହିତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନାବାର୍ଡର ପା୍ରକ୍ତନ ଏ ଜି ଏମ୍ ସୁବାସ ମଙ୍ଗରାଜ ମୁଖ୍ୟବକ୍ତା,ଲେଣ୍ଡୋର ପ୍ରର୍ବତନ ସରପଂଚ ଲକ୍ଷ୍ମୀଧର ଆଚାର୍ଯ୍ୟ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ଏହି ପ୍ରଶକ୍ଷିଣ ଶିବିରରେ ପଂଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟାମାନେଯୋଗ ଦେଇଥିଲେ । ଅରୁଣ କୁମାର ରାୟ,ସ୍ନେହଲତା ମହାନ୍ତି,ରାଜଶ୍ରୀ ସାହୁ,ପ୍ରଶିକ୍ଷକ ଭାବେ ଯୋଗ ଦେଇ ଗୋଷ୍ଠି ସୁପରିଚାଳନା ,ଏହାର ଆର୍ଥିକ ଓ ସାମାଜିକ ଭୂମିକା,ଗୋଷ୍ଠୀ ସାମୁହିକ ଦାୟୀତ୍ୱ ,ନଥିପତ୍ର ପ୍ରସ୍ତୁତି ବ୍ୟବସାୟିକ ପ୍ରତିଷ୍ଠାନ ସହ ଯୋଗା÷÷୍ାଗ ରୁଣ ଗ୍ରହଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଯୋଜନା ପ୍ରସ୍ତୁତି ପାଇଂ ବିଷୟରେ ପୁଙ୍ଖା ନୁ ପୁଙ୍ଖା ତାଲିମ ଦେଇଥିଲେ । ଏହି ଗୋଷ୍ଠୀ ଗୁଡିକୁସଶକ୍ତ କରିବା ସହ ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାାରଣ କରାଯାଇଥିଲା ।ଏହି ଶିବିରରେ ଅନୁଷ୍ଠାନର ନିର୍ଦ୍ଧୈଶକ ବିଭୂତି ଭୁଷଣ ଆଚାର୍ଯ୍ୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଶିବିରର ପରିଚାଳନା କରିବାରେ ବିଶ୍ୱନାଥ ଦାସ ,ସରୋଜ କୁମାର ପରିଡା,ଚିତରଂଜନ ମହାପାତ୍ର,ପ୍ରମୁଖ ସରେଯାଗ କରିଥିଲେ । ଅନୁଷ୍ଠାନର ସଭ୍ୟା ଜପାସ୍ନାରାଣୀ ଶୀ୍ରଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *