ଭୁବନେଶ୍ୱର, ୩୧/୧୨/୨୦୨୦ (ଓଡ଼ିଶା ସମାଚାର)- ଇଂରାଜୀ ନୂତନ ବର୍ଷ ର ଆରମ୍ଭ କାଲି । ଆଜି ସାରା ରାଜ୍ୟରେ ଜିରୋ ନାଇଟ ସାଲିବ୍ରେସନ୍ କୁ ବନ୍ଦ କରିବା ପାଇଁ ଆଜି ଦିନିକିଆ ନାଇଟ କର୍ଫ୍ୟୁ ଲଗାଯାଇଛି । ଆଜି ରାତି ୧୦ ଟାରୁ ଆସନ୍ତା କାଲି ସକାଳ ୫ ଟା ପର୍ଟ୍ୟନ୍ତ ଏହି ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ନାଇଟ୍ କର୍ଫ୍ୟୁ ଘୋଷଣା କରିବାର କିଛି ସମୟ ପରେ କମିଶନରେଟ୍ ପୋଲିସ ପକ୍ଷରୁ କଟକ ଓ ଭୁବନେଶ୍ୱର ଟ୍ୱିନ୍ ସିଟିରେ ୧୪୪ ଧାରା ଜାରି କରାଯାଇଥିବାନେଇ ପୋଲିସ କମିଶନର ଘୋଷଣା କରିଛନ୍ତି ।
ଆଜି ରାତି ୯ଟାରୁ ୧୪୪ ଧାରା ଜାରି କରାଯାଇଛି । ଟ୍ୱିନ୍ ସିଟିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ ନକରିବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି । ପୋଲିସକୁ ସହଯୋଗ କରିବା ପାଇଁ କମିଶନର ଜନସାଧାରଣଲୋକଙ୍କୁ ଅନୁରୋଧ କରିଛନ୍ତି । ଆଜି ରାତି ୯ଟା ସୁଦ୍ଧା ସମସ୍ତ ଦୋକାନ ବଜାର ବନ୍ଦ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ଆପାର୍ଟମେଣ୍ଟରେ ଭୋଜି ଓ ସମାବେସ ଉପରେ ମଧ୍ୟ କଟକଣା ଲଗାଇଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସୁବିଧା ଏବଂ ଗମନାଗମନ ଉପଲବ୍ଧ ରହିବ । ଯଦି ଏହି ସମୟରେ ଅମାନିଆମାନେ ନିୟମ ନମାନି ବାହାରେ ବୁଲୁଥିବାର ଦେଖିବାକୁ ମିଳିଲେ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ସମାଚାର