Monday , December 6 2021
Breaking News
Home / କ୍ରୀଡ଼ା / ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ – ରାଣିତୋଳା ଚମ୍ପିଆନ

ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ – ରାଣିତୋଳା ଚମ୍ପିଆନ

ଗରଦପୁର, ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ ରେ ତିର୍ତୋଲ ସ୍ଥିତ ରାଣିତୋଳା କ୍ରିକେଟ ଟିମ୍ ବିଜୟୀ ହୋଇ ଆଜି ଚମ୍ପିଆନ ଟ୍ରଫି ହାସଲ କରିଛି । ବିଲବରୁଣେଇ କ୍ରିକେଟ ଆସୋସିଏସନ୍ ଦ୍ୱାରା ଆୟୋଜିତ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଂଟ ଗତ ୮ ଦିନ ଧରି ଚାଲୁଥିଲାବେଳେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଆଜି ଫାଇନାଲ ମ୍ୟାଚ୍ ବରହମପୁର ମା ବୁଢ଼ୀ ଜାଗୁଳାଇ ସହିତ ରାଣିତୋଳା କ୍ରିକେଟ ଟିମ ମଧ୍ୟରେ ହୋଇଥିଲା । ପ୍ରଥମେ ଟସ ଜିତି ରାଣିତୋଳା ଟିମ ବ୍ୟାଟିଙ୍ଗ ଆରମ୍ଭ କରିଥିଲା । ନିର୍ଦ୍ଧାରିତ ୧୯ ଓଭର ଖେଳି ୮ ୱିକେଟ ବିନିମୟରେ ରାଣିତୋଳା ଟିମ ୧୬୩ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବରହମପୁର ର ମା ବୁଢ଼ୀ ଜାଗୁଳାଇ ଟିମ ୧୯ ଓଭରରେ ସମସ୍ତ ୱିକେଟ ହରାଇ ମାତ ୧୪୫ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପ୍ରଧ୍ୟାପକ ଅଜୟ ରାଉତ ଯୋଗଦେଇ ବିଜୟୀ ରାଇତୋଳ ଟିମ୍ କୁ ଚମ୍ପିଆନ ଟ୍ରଫି ସହିତ ନଗଦ ୧୮ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ବରହମପୁର ର ମା ବୁଢ଼ୀ ଜାଗୁଳାଇ ଟିମ କୁ ରନର୍ସ ଅପ୍ ଟ୍ରଫି ସହିତ ନଗଦ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଉତ୍ସବରେ ସିଦ୍ଧେଶ୍ୱର ରାଉତ ସଭାପତିତ୍ୱ କରିଥିବାବେଳେ ଜିତେନ୍ଦ୍ର ମଲିକ ଓ ନଗେନ୍ ମଲିକ ଖେଳ ପରିଚାଳନା କରିଥିଲେ । ବିଲ୍ୱବରୁଣେଇ କ୍ରିକେଟ ଆସୋସିଏସନ୍ ର ସଦସ୍ୟ ସର୍ବଶ୍ରୀ ରାହୁଳ ବେହେରା,ଅମ୍ବିକା ବେହେରା,ବିଶ୍ୱଜିତ ବିଶ୍ୱାଳ,ବିଭୁ ପ୍ରସାଦ ଜେନା,ବଗୁଲି ବେହେରା,ଭବେଶ କୁମାର ବେହେରା,ବିଶ୍ୱରଂଜନ ଦେବତା,ଶରତ ଚନ୍ଦ୍ର ବେହେରା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୋଗ ମଣିଷର ଐଶ୍ୱରିକ ଶକ୍ତି ଜାଗ୍ରତ କରାଇ ଥାଏ : ଶ୍ରୀମା

ଜାଭିୟର ସ୍କୁଲରେ ଯୋଗ ପ୍ରତିଯୋଗିତା କେନ୍ଦ୍ରାପଡ଼ା, ୧୧/୧୧/୨୦୨୧(ଓଡ଼ିଶା ସମାଚାର)- ଯୋଗାସନର ଅନେକ ଗୁଡିଏ ଉପକାରିତା ରହିଛି । ଏହା ମଣିଷକୁ …

Leave a Reply

Your email address will not be published. Required fields are marked *