Thursday , October 21 2021
Breaking News
Home / ବିଶେଷ / ଗୀତା ବିଶ୍ୱମାନବର ଜୀବନ ଅଭିଧାନ – ସ୍ୱାମୀ ଚିଦାନନ୍ଦ 

ଗୀତା ବିଶ୍ୱମାନବର ଜୀବନ ଅଭିଧାନ – ସ୍ୱାମୀ ଚିଦାନନ୍ଦ 

ପାଟକୁରା, ୩୧/୧୨/୨୦୨୦(ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜ ସଂସ୍କାରକ ପୂଜ୍ୟ ପୂଜକ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇଂଟରନ୍ୟାସନାଲ ଗୀତା ମିସନ୍ ଓ ଶିଶୁ ଅନନ୍ତ ଆଶ୍ରମର ମିଳିତ ସହଯୋଗରେ ୧ ଦିବସିୟ ଗୀତା ଯଜ୍ଞ ଓ ଗୀତା ବଂଟନ କାର୍ଯ୍ୟକ୍ରମ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଗୀତା ମିଶନ ର ଅଧ୍ୟକ୍ଷ ଡ଼କ୍ଟର ସ୍ୱାମୀ ଚିଦାନନ୍ଦ ଜୀ କହିଲେ ଯେ ଗୀତା ହିଁ ବିଶ୍ୱମାନବର ଜୀବନ ଅଭିଧାନ ଅଟେ । ଜାତି , ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗୀତା ଙ୍କ ମହାକାବ୍ୟ ଜୀବନରେ ଶାନ୍ତି ଓ ସନ୍ତୋଷ ପ୍ରାପ୍ତି ର ପଥ ଉନ୍ମୋଚନ କରିଥାଏ । ଏହି କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଚିକିତ୍ସକ, ସାମ୍ବାଦିକ, କବି, ପଣ୍ଡିତ, ଶିକ୍ଷକ , ଗୃହିଣୀ ମା ଓ ବୟସ୍କ ବ୍ୟକ୍ତି ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟହ ଗୀତା ପାଠ ପାଇଁ ସଙ୍କଳ୍ପବଦ୍ଧ ହେବା ସହିତ ଗୀତା ପୁସ୍ତକ ଗ୍ରହଣ କରିଥିଲେ । ଉଲେଖନୀୟ ଏହିକି ପବିତ୍ର ଗୀତା ଜୟନ୍ତୀ ଅବସରରେ ଇଂଟରନ୍ୟାସନାଲ ଗୀତା ମିଶନ ତରଫରୁ ପ୍ରତିବର୍ଷ ୫ ହଜାର ଗୀତା ବଂଟନ କରାଯାଇଥାଏ । ଚଳିତ ବର୍ଷ କୋଭିଡ଼ କଟକଣା ପାଇଁ ସିମିତ କାର୍ଯ୍ୟକ୍ରମ ମଧ୍ୟରେ ୨ ହଜାର ଗୀତା ପୁସ୍ତକ ବଂଟନ କରାଯାଇଥିଲା । ଗୀତା ମିଶନ ର ସମସ୍ତ ସଦସ୍ୟ ଓ ଶିଶୁ ଅନନ୍ତ ଆଶ୍ରମର ସମସ୍ତ ସନ୍ୟାସୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *