Tuesday , October 26 2021
Breaking News
Home / ବିଶେଷ / ଓବିସି ଓ ଏସଇବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବା ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଓବିସି ଓ ଏସଇବିସିଙ୍କୁ ସ୍ଥାନ ସଂରକ୍ଷଣ ଦେବା ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଓବିସି ଓ ଏସ୍ଇବିସି ବର୍ଗଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୩୧/୧୨/୨୦୨୦(ଓଡ଼ିଶା ସମାଚାର)-ରାଜ୍ୟ ସରକାରସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବିତ ସଂକଳ୍ପ କ୍ୟାବିନେଟରେ ପାରିତ କରିବା ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଅନୁରୋଧ ତଥା ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ ଓସାମାଜିକଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ଇବିସି) ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଏ ବାବଦରେ ପୂର୍ବରୁ ଦୁଇ ଥର ଅର୍ଥାତ୍ ଜାନୁଆରୀ ୧୫,୨୦୨୦ ଏବଂ ଜୁଲାଇ ୨୫,୨୦୧୯ରେଲେଖିଥିବା ପତ୍ରକୁସଂଲଗ୍ନ କରି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଅନୁରୋଧ କ୍ରମେ ରାଜ୍ୟ ସରକାର ଫେବୃୟାରୀ ୧୨,୨୦୨୦ରେ ବ୍ୟାକୁଆର୍ଡ କ୍ଲାସ କମିଶନ ଗଠନ କରିଛନ୍ତି । ମାତ୍ର ଏହି ଆୟୋଗର ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ହୋଇନଥିବା ବେଳେ ଓବିସି ବର୍ଗ ପାଇଁ ସଂରକ୍ଷଣରଅନୁରୋଧ ଏର୍ପ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ତେବେ ଓଡିଶା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଓବିସି ଏବଂ ଏସଇବିସି ଜନସଂଖ୍ୟା ସପକ୍ଷରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପାଇଁ ଯୁକ୍ତିକୁ ଦୋହରାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ ବଂଚିତ ହୋଇଛନ୍ତି । ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ । କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରିଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟ ଗୁଡିକ ମଧ୍ୟ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତେବେ ରାଜ୍ୟରେ ଓବିସି ଏବଂ ଏସଇବିସି ପାଇଁ ଏଭଳି ସକରାତ୍ମକ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାରଙ୍କ ବିଳମ୍ବ ପରିଲକ୍ଷିତ ହୋଇଛି । ଏହି ବର୍ଗର ଲୋକମାନଙ୍କୁସଂରକ୍ଷଣ ନଦିଆଯାଇ ରାଜ୍ୟରେ ସାମାଜିକ -ଅର୍ଥନୈତିକ ବିକାଶର ସମନ୍ୱୟକୁ ଧରି ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।ଓଡିଶାର ବୃହତଅବହଳିତ ସମାଜ ଓବିସି ଏବଂ ଏସଇବିସି ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗ୍ରାଧିକାର ପ୍ରଦାନ କରିବା ଏବଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସକରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାନୁଆରୀ ୧୫, ୨୦୨୦ଏବଂ ଜୁଲାଇ ୨୫, ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ ବାବଦରେ ପତ୍ର ଲେଖି ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଦୃଢ ଦାବି କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *