ଗରଦପୁର,୩୧/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ଗୋବିନ୍ଦପୁରସ୍ଥିତ ମାନବ ସମ୍ବଳ ବିକାଶ ମହିଳା ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପିକା ଦିଗଙ୍ଗତା ସ୍ନେହବାଳା ତ୍ରିପାଠୀଙ୍କ ୮ମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇ ଯାଇଛି । ସ୍ନେହବାଳା ସ୍ମତି ପରିଷଦ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ଅନୁଷ୍ଠାନର ସଭାପତି ଅଧ୍ୟାପକ ନୀରୋଦ ଦାସ ଅଧ୍ୟକ୍ଷତା କରିଥିଲେ । ଭଦକମଳସ୍ଥିତ ତ୍ରିନାଥ ମହାପୁରୁଷଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ପ୍ରଧ୍ୟାପକ ସୁରେନ୍ଦ୍ରନାଥ ମିଶ୍ର,ପ୍ରଧ୍ୟାପକ ବସନ୍ତ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗଦାନ କରି ଦିବଙ୍ଗତା ଅଧ୍ୟାପିକାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅତିଥି ଙ୍କ ସମେତ ଉପସ୍ଥିତ ଥିବା ସର୍ବଶ୍ରୀ ଅଭୟ କୁମାର ନାୟକ, ଦିଲିପ କୁମାର ସାହୁ, ଶ୍ରୀକାନ୍ତ କୁମାର ସ୍ୱାଇଁ, ସୁଧୀର କୁମାର ମହାନ୍ତି , ଦୀପକ କୁମାର ମଲ,ପ୍ରିୟବ୍ରତ ବିଶ୍ୱାଳ,ଯଚିନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଅଧ୍ୟାପିକାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବାଲିପାଟଣା ର ମହୁଖଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅଧ୍ୟାପିକା ସ୍ୱର୍ଗତ ତ୍ରିପାଠୀ ୨୦ ବର୍ଷ ଧରି ମାନବ ସମ୍ବଳ ମହାବିଦ୍ୟାଳୟରେ ଅଧ୍ୟାପିକା ଭାବେ ଚାକିରୀ କରି ସ୍ଥାନୀୟ ଅଂଚଳରେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । କାର୍ଯ୍ୟକ୍ରମକୁ ସୁଧାଂଶୁ କୁମାର ସୂତାର ପରିଚାଳନା କରିଥିଲାବେଳେ ଅଶୋକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର