ଭୁବନେଶ୍ୱର, ୩୦/୧୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟ କ୍ୟାବିନେଟର ଏକ ଐତିହାସିକ ନିଷ୍ପତି ନିଆଯାଇଛି । ସରକାରୀ ସ୍କୁଲ୍ ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ସଂରକ୍ଷଣ ଲାଗୁ କରିବାକୁ କହିଛନ୍ତି ଯାହା ଏକ ଐତିହାସିକ ନିଷ୍ପତି ବୋଲି ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ପାର୍ଥସାରଥୀ ମୁଦୁଲି କହିଛନ୍ତି । ଏହା ଫଳରେ ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ । ଯେଉଁ ଗରିବ ପିଲାମାନେ ‘ନିଟ୍’ ଓ ‘ଜେଇ’ ପରୀକ୍ଷାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେମାନେ ଏହା ଫଳରେ ଉପକୃତ ହୋଇପାରିବେ । ଚଳିତବର୍ଷ କରୋନା ମହାମାରୀ ଯୋଗୁ ସ୍କୁଲ୍ ସବୁ ବନ୍ଦ ଥିବାରୁ ‘ଅନ୍ ଲାଇନ୍’ରେ କ୍ଲାସ ହେଉଛି । ଏହି ଅନ୍ଲାଇନ୍ କ୍ଲାସରୁ ଗ୍ରାମାଳ ଛାତ୍ରଛାତ୍ରୀମାନେ ବଂଚିତ ହେଉଥିଲେ । ତେଣୁ ଏହାଦ୍ୱାରା ସେମାନେ ଉପକୃତ ହେବା ସହିତ ସରକାରୀ ସ୍କୁଲ୍ ରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାପନ ବୃଦ୍ଧି ପାଇବ । ଭୁବନେଶ୍ୱର ମାଷ୍ଟରକ୍ୟାନଟିନ ଛକଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ସହ ଓଡ଼ିଶା ବିପିୟୁଟି ଡ଼ିପ୍ଲୋମା ଛାତ୍ରସଂଘର କର୍ମକର୍ତାମାନେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶକ୍ତିପ୍ରସାଦ ରଥଙ୍କ ନେତୃତ୍ୱରେ ସମ୍ପାଦକ ସଂସଦ କୁମାର ନାୟକ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଜଗମୋହନ ବଳିୟାରସିଂ, ବିପିୟୁଟିର ପୂର୍ବତନ ସଭାପତି ଅନମୋଲ କୁମାର, ଜ୍ୟୋତିରଞ୍ଜନ ଶତପଥୀ, ସୁବ୍ରତ କୁମାର ନାୟକ, ବିଶାଲ ଦାସ ମହାନ୍ତି, ଲିଙ୍ଗରାଜ ମହାନ୍ତି, ବିନିତ କୁମାର, ଶିବ ମହାନ୍ତି ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର