Monday , October 18 2021
Breaking News
Home / ବିଶେଷ / ଯୁବ ରେଡକ୍ରସ୍ ପକ୍ଷରୁ ଅଣତାଲିମପ୍ରାପ୍ତ ପରାମର୍ଶଦାତାମାନଙ୍କର ପ୍ରଶିକ୍ଷଣ ଶିବିର ଉଦଯାପିତ

ଯୁବ ରେଡକ୍ରସ୍ ପକ୍ଷରୁ ଅଣତାଲିମପ୍ରାପ୍ତ ପରାମର୍ଶଦାତାମାନଙ୍କର ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର, ୩୦/୧୨/୨୦୨୦ (ଓଡ଼ିଶା ସମାଚାର)- ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଏକ ୩ ଦିନିଆ ଯୁବ ରେଡକ୍ରସ୍ ର ଅଣତାଲିମପ୍ରାପ୍ତ ପରାମର୍ଶଦାତାମାନଙ୍କର ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଅଣତାଲିମ ପ୍ରାପ୍ତ ଯୁବ ରେଡ଼କ୍ରସର ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ । ଯୁବ ରେଡକ୍ରସ୍ ର ପରାମର୍ଶଦାତାମାନଙ୍କୁ ଯୁବ ରେଡକ୍ରସ୍ ର ଆଭିମୁଖ୍ୟ ଓ କାର୍ଯ୍ୟକଳାପ ବିଷୟରେ ପରିଚିତ କରାଇ ସେମାନଙ୍କ ଦ୍ୱାରା ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେବା ଏବଂ ସାମାଜିକ କର୍ତବ୍ୟ ଓ ଦାୟିତ୍ୱବୋଧ ବିଷୟରେ ଅବଗତ କରାଇବା ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ।
ଆଜିର ଏହି ଉଦଯାପନୀ ଉତ୍ସବରେ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସୁଶ୍ରୀ ସିଟିଏମ୍ ସୁଗୁଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଯୁବ ରେଡକ୍ରସ ପରାମର୍ଶଦାତା ମାନଙ୍କୁ ଦୃଢ ଇଛାଶକ୍ତି ବଳରେ ଜଣେ ସ୍ୱେଚ୍ଛାସେବୀ କିଭଳି ଅନ୍ୟର ଦୁଃଖକୁ ଲାଘବ କରିପାରେ ତାହା ଉପଦେଶ ମାଧ୍ୟମରେ ବୁଝାଇଥିଲେ ।
ଅନ୍ୟତମ ଅତିଥି ଭାବେ ମଧୁସୁଦନ ଦାସ୍ ଓ ଭାରତୀୟ ରେଡକ୍ରସ୍ ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖାର ଉପ ସଭାପତି, ଡ. ସତ୍ୟ ନାରାୟଣ ହୋତା ଯୋଗ ଦେଇ ସାମାଜିକ ଜୀବନରେ ସ୍ୱେଚ୍ଛାସେବୀମାନଙ୍କ ଭୁମିକା ସଂପର୍କରେ ଆଲୋକପାତ କରିଥିଲେ ।

ସଭାପତିତ୍ୱ ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଦେଇଥିଲେ ।
ଉକ୍ତ ପ୍ରଶିକ୍ଷଣ ଶିବିରରେ ରେଡ଼କ୍ରସ ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ ର ଚିହ୍ନ ଏବଂ ଏହାର ବ୍ୟବହାର, ବିପର୍ଯ୍ୟୟ ପରିଚାଳନାରେ ଓ ମନୋସ୍ତାତ୍ୱିକ ଯତ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷା, ସ୍ୱେଚ୍ଛାକୃତ ସେବା ଆଦି ବିଷୟରେ ବିଭିନ୍ନ ଦକ୍ଷ ବ୍ୟକ୍ତିମାନେ ଆସି ପ୍ରଶିକ୍ଷଣ ଦେଇଥିଲେ ।
ଅତିଥି ମାନଙ୍କ ଦ୍ୱାରା ଯୁବ ରେଡ଼କ୍ରସ୍ ପରାମର୍ଶଦାତାମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସଭା କାର୍ଯ୍ୟକୁ ଶ୍ରୀମତୀ ପ୍ରିୟଙ୍କା ବିଶ୍ୱାଳ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *