Wednesday , October 20 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର -କେନ୍ଦ୍ର କ୍ୟାବିନେଟ ର ମହତ୍ୱପୂର୍ଣ୍ଣ ନିଷ୍ପତି

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର -କେନ୍ଦ୍ର କ୍ୟାବିନେଟ ର ମହତ୍ୱପୂର୍ଣ୍ଣ ନିଷ୍ପତି

ପାରାଦ୍ୱୀପ ୩୦/୧୨/୨୦୨୦(ଓଡ଼ିଶା ସମାଚାର)- ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂପର୍କିତ ମନ୍ତ୍ରୀମଣ୍ଡଳ ସମିତି ବୈଠକରେ ପାରାଦ୍ୱୀପ ବନ୍ଦରର ଆଭ୍ୟନ୍ତରୀଣ ପୋତାଶ୍ରୟରେ କେପ୍ ଆକାରର ଜାହାଜ ଚଳାଚଳ ନିମନ୍ତ ସାର୍ବଜନୀନ ଓ ଘରୋଇ ସହଭାଗିତା ଭିତିରେ ନିର୍ମାଣ, ସଂଚାଳନ ଓ ହସ୍ତାନ୍ତର (ବି.ଓ.ଟି) ଆଧାରରେ ୱେଷ୍ଟର୍ଣ୍ଣ ଡକ୍ ର ବିକାଶ ସମେତ ଆଭ୍ୟନ୍ତରୀଣ ପୋତାଶ୍ରୟର ସମସ୍ତ ସୁବିଧାକୁ ଅଧିକ ମଜବୁତ ଓ ଉନ୍ନତ କରିବା ଯୋଜାନାକୁ ମଂଜୁରୀ ପ୍ରଦାନ କରିଛି । କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ମନସୁଖ ମାଣ୍ଡଭିୟା ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ପରିକଳ୍ପନା ଅର୍ନ୍ତଗତ ଏହି ପ୍ରକଳ୍ପ ଲାଗି ଆନୁମାନିକ ୩,୦୦୪.୬୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ନୂଆ ୱେଷ୍ଟର୍ଣ୍ଣ ଡକ୍ ର ବିକାଶ ଲାଗି (ବି.ଓ.ଟି.) ଆଧାରରେ ରିହାତି ପାଇବାକୁ ଥିବା ଚୟନ ହେଉଥିବା ସଂସ୍ଥା, ୨୦୪୦ କୋଟି ଟଙ୍କା ଏବଂ ଖନନ ଲାଗି ୩୫୨.୧୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଆନୁଷଙ୍ଗିକ ଭିତିଭୂମି ସହାୟତା ବାବଦକୁ ପାରାଦ୍ୱୀପ ବନ୍ଦର ୬୧୨.୫୦କୋଟି ଟଙ୍କା ପୁଞ୍ଜି ଖଟାଇବ । ପ୍ରସ୍ତାବିତ ପ୍ରକଳ୍ପ ଲାଗି ବି.ଓ.ଟି. ଆଧାରରେ ରିହାତି ପାଇବାକୁ ଥିବା ଚୟନ ହେଉଥବା ସଂସ୍ଥା କେପ୍ ଆକାରର ଜାହାଜ ଚଳାଚଳ ଲାଗି ବାର୍ଷିକ ୨୫ ମେଟ୍ରିକ ଟନ୍ ପଣ୍ୟ କାରବାର କ୍ଷମତା ସଂପନ୍ନ ୱେଷ୍ଟର୍ଣ୍ଣ ଡକ୍ ର ପୋତାଶ୍ରୟ ଦୁଇଟି ପର୍ଯ୍ୟାୟରେ ବିକଶିତ କରିବ । ୩୦ ବର୍ଷ ଯାଏଁ ସଂସ୍ଥାର ରିହାତି ଅବଧି ମିଳିବ । ପାରାଦ୍ୱୀପ ବନ୍ଦର କେପ୍  ଆକାର ଜାହାଜର ସୁଗମ ଚଳାଚଳ ଲାଗି ବ୍ରେକ ୱାଟର ସଂପ୍ରସାରଣ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଭିତିଭୂମି ସହାୟତା ପ୍ରଦାନ କରିବ । ଏହାଦ୍ୱାରା ପଣ୍ୟ କାରବାର ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟା ପ୍ରକାଶ କରିଥିଲେ ।  ଏହି ପ୍ରକଳ୍ପ ଦ୍ୱାରା ବନ୍ଦର ପାଶ୍ୱର୍ାଂଚଳରେ ଔଦ୍ୟୋଗିକ ଅର୍ଥନୀତିରେ ବିକାଶ ସାଧିତ ହୋଇ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୧,୫୦୦ ଜଣଙ୍କ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ପାରାଦୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡିଛି ।  ଓଡ଼ିଶା ସମାଚାର

About admin

Check Also

ସମୀର ଟିଭିଏସରେ ନୂଆ ଟିଭିଏସ ରେଡର

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅଗ୍ରଣୀ ଦୁଇ ଚକିଆ ଗାଡିର ବିକ୍ରେତା “ସମୀର ଟିଭିଏସ” ପକ୍ଷରୁ ଏକ ନୂତନ ମଟରସାଇକେଲ …

Leave a Reply

Your email address will not be published. Required fields are marked *