Friday , October 22 2021
Home / ବିଶେଷ / ବନ୍ଦର ନିଷିଦ୍ଧାଂଚଳରେ ଟ୍ରକ୍ ମଧ୍ୟରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

ବନ୍ଦର ନିଷିଦ୍ଧାଂଚଳରେ ଟ୍ରକ୍ ମଧ୍ୟରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର

ପାରାଦ୍ୱୀପ ୩୦/୧୨/୨୦୨୦(ଓଡ଼ିଶା ସମାଚାର)- ବୁଧବାର ଦିନ ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ଥିବା ଆଇରନ୍ ପ୍ଳଟରେ ଏକ ଟ୍ରକ୍ ମଧ୍ୟରୁ ଜନୈକ ଡ୍ରାଇଭରଙ୍କ ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ ମିଳିଛି । ଘଟଣାରୁ ପ୍ରକାଶ ଯେ ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ଥିବା ଆଇରନ୍ ଟ୍ରକ୍ ରେ ଓଡି-୨୯-ଡି-୪୯୩୩ ଟ୍ରକ୍ ଅଟକି ରହିଥିଲା । ଟ୍ରକ୍ ଟି ସନ୍ଦେହ ଜନକ ଅବସ୍ଥାରେ ଥିବା ଦେଖି ତାର ଡୋର ଖୋଲିବାରୁ ସେଥିରେ ଟ୍ରକ୍ ଡ୍ରାଇଭରଙ୍କର ମୃତଦେହ ରହିଥିବା ଦେଖିବାକୁ ମିଳିଥିଲା । ଟ୍ରକ୍ ରେ ଆଖଣ୍ଡଳମଣୀ ଟ୍ରାନ୍ସପୋର୍ଟ ଲେଖା ହୋଇଛି । ତେବେ କିଭଳି ଅବସ୍ଥାରେ ଡ୍ରାଇଭରଙ୍କ ମୃତୁ୍ୟ ହେଲା ସେ ନେଇ ପୁଲିସ୍ ପହଁଂଚି ତଦନ୍ତ ଆରମ୍ଭ କରିଛି । ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ କିଭଳି ଭାବେ ଜଣେ ଡ୍ରାଇଭର ର ମୃତୁ୍ୟ ହେଲା ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତେବେ ମୃତ ଡ୍ରାଇଭର ଦିଲ୍ଲିପ ସେଠୀ(୪୭) କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅର୍ନ୍ତଗତ ନଳଦୀଆ ଗ୍ରାମର ଗୋପିନାଥ ସେଠୀଙ୍କ ପୁଅ ବୋଲି ଜଣା ପଡିଛି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *