Saturday , October 16 2021
Breaking News
Home / କୃଷି / ବଙ୍ଗାଳପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ 

ବଙ୍ଗାଳପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ 

ଗରଦପୁର, ୩୦/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ସେବା ସମବାୟ ସମିତି ପକ୍ଷରୁ ଚାଂଚୋଳ ଠାରେ ଧାନ ମଣ୍ଡି ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ସମିତିର ସମ୍ପାଦକ ସତ୍ୟ ରଂଜନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗରଦପୁର ବ୍ଲକ୍ ଆତ୍ମା ଅଧ୍ୟକ୍ଷ ଦୀପକ କୁମାର ରାଉତ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ପ୍ରତିନିଧି ସୁଧୀର ସାମଲ, ପୂର୍ବତନ ସରପଂଚ ସତ୍ୟାନନ୍ଦ ରାଉତ, ଜ୍ୟୋତି ରଂଜନ ନାୟକ,ଅମିୟ କୁମାର ଜେନା,ସମିତି ସହ ସମ୍ପାଦକ ଦୀପେଶ ରାଉତ ଓ ଅନ୍ୟ କର୍ମଚାରୀଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ ।  ପଂଜିକୃତ ହୋଇଥିବା ଚାଷୀମାନେ ନିଜ ଉତ୍ପାଦିତ ଧାନ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରି ପାରିବେ ବୋଲି ସମ୍ପାଦକ ଶ୍ରୀ ପାତ୍ର କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଉତରପ୍ରଦେଶର ଲକ୍ଷ୍ମୀପୁର ଖିରୀ ଠାରେ ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ ଉପରେ କେନ୍ଦ୍ର ଗୃହ ରାଷ୍ଠ୍ରମନ୍ତ୍ରୀଙ୍କ ପୁଅ …

Leave a Reply

Your email address will not be published. Required fields are marked *