କେନ୍ଦ୍ରାପଡ଼ା,୩୦/୧୨/୨୦୨୦(ଓଡ଼ିଶା ସମାଚାର)- ମଙ୍ଗଳବାର ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଜିଲ୍ଲାର ନୂତନ ଭାବେ ଯୋଗ ଦେଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମଦକର ସନ୍ଦୀପ ସମ୍ପଦ ଙ୍କୁ ସରକାରୀ , ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଗଗନ ବିହାରୀ ଜେନା, ସଙ୍ଗଠନର ସଂପାଦକ ଶ୍ରୀଯୁକ୍ତ ରମଣୀ ରଂଜନ ରାଉତରାୟ, ଆଇନଜୀବୀ ଶ୍ରୀଯୁକ୍ତ ସଂଜୟ ଜେନା,ଶ୍ରୀଯୁକ୍ତ ରମାକାନ୍ତ ସ୍ୱାଇଁ, ଧିରେନ୍ଦ୍ର ଦାସ , ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ,ଶେଷଦେବ ଦାସ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, କିଶୋର ଚନ୍ଦ୍ର ପ୍ରଧାନ, ଯୁବ ସଙ୍ଗଠକ ଶ୍ରୀଯୁକ୍ତ ଦୀପକ କୁମାର ପ୍ରଧାନ, ପ୍ରମୁଖ ପୁଷ୍ପ ଗୁଚ୍ଛ, ବିପ୍ଳବୀଙ୍କ ଜୀବନୀ ଉପହାର ଦେଇ ସ୍ୱାଗତ କରିବା ସହିତ, ଜଣେ ଯୁବ ଦକ୍ଷ ଅଧିକାରୀ ଭାବେ ସାଧାରଣ , ଗରିବ, ନିରାଶ୍ରୟ ଲୋକଙ୍କ ପାଖରେ ପୋଲିସ ପ୍ରଶାସନ ପହଁଚିବାକୁ ନିବେଦନ କରିଥିଲେ ,ଯେପରି ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ନିଜର ସଂସାର ସଂପତି କୁ ତୁଚ୍ଛ କରି ଏ ସମାଜ ପାଇଁ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ କାରାବରଣ କରିଥିଲେ, ମାତ୍ର ସ୍ୱାଧୀନତାର ପୂର୍ବରୁ ସେ ବିଦାୟ ନେଇଥିଲେ, ସେହିପରି ନିଜର ପରାକାଷ୍ଠା ଆଶା କରି କମିଟି ପକ୍ଷରୁ ଶ୍ରୀ ବଳଦେବଜୀୟୁଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର