Monday , October 3 2022
Breaking News
Home / ବିଶେଷ / ନାବାର୍ଡ଼ ତରଫରୁ ମହିଳା ପ୍ରଶିକ୍ଷଣ ଶିବିର

ନାବାର୍ଡ଼ ତରଫରୁ ମହିଳା ପ୍ରଶିକ୍ଷଣ ଶିବିର

ନିରାକାରପୁର, ୩୦/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଡିଆ ପଂଚାୟତ ସ୍ଥିିତ କାଶିପୁର ଶ୍ରୀ ହଟ ଗ୍ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନାବାର୍ଡ ଅୟୋଜନରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ବୁଧବାର ଦିନ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭୬ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଯୋଗ ଯୋଇଥିଲେ । ରଘୁନାଥ ସଙ୍କିର୍ତନ ମଣ୍ଡଳି ଦ୍ୱାରା ସ୍ୱାଗତ କରାଯାଇଥିଲା । ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଉକ୍ତ ସଭାରେ ପା୍ରକ୍ତନ ଡି ଡି ଏମ୍ ସୁବାସ ମଙ୍ଗରାଜ ସଭାପତିତ୍ୱ କରିଥିବା ବେଲେ ସଂକୀର୍ତନ ମଣ୍ଡଳୀର ସଭାପତି ରମାନାଥ ଦାସ ମଂଚ ପରିଚାଳନା କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ନାବାର୍ଡର ଏଜି ଏମ୍ ଏନ୍ ଏଲ୍ ସାହୁ ,ମୁଖ୍ୟ ବକ୍ତା ଭାବେ ବ୍ଲକ୍ ପୋ୍ରଗାମ ମ୍ୟାନେଜର ସୁମିତ୍ର ପରିଡା,ସମ୍ମାତୀତ ଅତିଥି ଭାବେ ନିର୍ଦ୍ଧେଶକ ବି ଏସ୍ ଫାଉଣ୍ଡେସନ ର ଚନ୍ଦନ ଦାସ,ବ୍ଲକ୍ ଲେବେଲ କୋଅଡିନେଟର ପ୍ରକାଶ ଜେନା ,ଭିଲେଜ ଲେବୁଲ ୱାରକର ବିଜୟ କୁମାର ସାହୁ,ନିରାକାରପୁର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ସୁଶ୍ରୀ ପିନାକୀ ପାଢି ,ବିଶ୍ୱ ଜୀବନ ସେବା ସଂଘର ସଂପାଦକ ବୈଦ୍ୟନାତ ବରାଳ ପ୍ରମୁଖ ଯୋଗ ଦେଇ ମହିଳା ମାନେ ସେମାନଙ୍କର ଅର୍ଥିକ ମାନସିକ ଓ ସାମାଜିକ ସ୍ଥରରେ ସ୍ୱାବଲମ୍ବି ହେବା ପାଇଁ ପରାମର୍ଶ ଦେଇଥିଲେ । ମହିଳା ମାନେ ଘରର ଅର୍ଥିକ ସ୍ଥିତିର ମେରୁଦଣ୍ଡ ଥିବା ବେଳେ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇ ଗାଁ ଓ ଦେଶକୁ ଆଗେଇ ନେବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି ବୋଲି କହିଥିଲେ । ଏଜି ଏମ୍ ସାହୁ ମହିଳା ମାନଙ୍କୁ ସବୁ ପ୍ରକାର ସହେଯାଗ ଦେବାକୁ ପରାମର୍ଶ ଦେଇଥିଲେ । ଏଥିରେ ସ୍ୱୟଂ ସହାୟିକ ଗୋଷ୍ଠୀର ସଭା ନେତ୍ରୀ ପୁସ୍ପଲତା ମହାପାତ୍ର,ସଂପାଦିକା ମଧୁଶ୍ମିତା ମହାନ୍ତି ସି ଆର ସିସି ଆଲ୍ଲାଦିନ ସାଥୁଆ,ଭକ୍ତି ଲତା ତ୍ରୀପାଠୀ,ରୀନାମଣୀ ମହାପାତ୍ର,ପୁସ୍ପଲତା ବେହେରା ଓ ଏମ୍ବ ବି କେ ଡଲିରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ବିଶ୍ୱଜୀବନ ସେବା ସଂଘ ଆୟୋଜନ କରିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.