Sunday , October 17 2021
Breaking News
Home / କ୍ରୀଡ଼ା / ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ : ମୁନଲାଇଟ ଚମ୍ପିଆନ୍ 

ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ : ମୁନଲାଇଟ ଚମ୍ପିଆନ୍ 

ଗରଦପୁର, ୩୦/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ପଂଚାୟତର ଖରିସାଣ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟ ରେ ମୁନଲାଇଟ କ୍ରିକେଟ ଟିମ ଚମ୍ପିଆନ ଟ୍ରଫି ହାସଲ କରିଛି । ଖରିସାଣସ୍ଥିତ ମା କାଳୀ କ୍ରିକେଟ କ୍ଲବ ଆନୂକୁଲ୍ୟରେ ଏହି କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ୧୬ ଟି ଟିମ ଯୋଗଦେଇଥିବାବେଳେ ଫାଇନାଲ ଖେଳ ୱାଇ ଏସ ଏସ କ୍ରିକେଟ କ୍ଲବ୍ ସୁକୁନଇ ଏବଂ ମୁନଲାଇଟ କ୍ରିକେଟ କ୍ଲବ କ୍ରିଷ୍ଣାନନ୍ଦପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୁନଲାଇଟ ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୮ ଓଭର ଖେଳି ୮ ଉଇକେଟ ବିନିମୟରେ ୭୮ ରନ୍ ସଂଗ୍ରହ କରିଥିଲା । ତାର ଜବାବରେ ୱାଇ ଏସ ଏସ କ୍ରିକେଟ କ୍ଲବ୍ ସୁକୁନଇ ୭୯ ର ବିଜୟ ଲକ୍ଷ କୁ ପିଛା କରି ନିର୍ଦ୍ଧାରିତ ୮ ଓଭରରେ ୭ ଟି ଉଇକେଟ ହରାଇ ସଂଘର୍ଷପୁର୍ଣ୍ଣ ଭାବରେ  ୭୫ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଖେଳଟି ସଂଘର୍ଷ ପୁର୍ଣ୍ଣ ଥିବାରୁ ଦର୍ଶକମାନେ ବେଶ ଉତ୍ସାହିତ ଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟିକାଙ୍କ ପୁତ୍ର ସଂଜୟ ଅଗ୍ରୱାଲା , ପଳସୁଧା ସରପଂଚ ଅନୁଜ କୁମାର ମହାନ୍ତି, ଆତ୍ମା ଅଧ୍ୟକ୍ଷ ଦୀପକ କୁମାର ରାଉତ,ତଳକୁସୁମାର ପୂର୍ବତନ ସରପଂଚ ଅଶୋକ କୁମାର ଜେନା,ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ପରିଡ଼ା ପ୍ରମୁଖ ଯୋଗଦେଇ ମୁନଲାଇଟ ଦଳକୁ ଚମ୍ପିଆନ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ସୁକୁନଇ ଦଳକୁ ରନର୍ସଅପ୍ ସିତ ନଗଦ ୭ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ଖେଳକୁ ଶିବାଜୀ ବିଶ୍ୱାଳ, ପ୍ରତାପ ସେଠୀ, ଆସିଶ କୁମାର ସ୍ୱାଇଁ, ସତ୍ୟଜିତ ବେହେରା,ସମ୍ବିତ ସ୍ୱାଇଁ, ଆଲୋକ ସ୍ୱାଇଁ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଶୁଭମ ସ୍ୱାଇଁ, ପପୁ ନାୟକ,ଅଶ୍ରୁମୋଚନ ମହାନ୍ତି, ଶୁଭେନ୍ଦୁ ମହାନ୍ତି ,ସୂର୍ଯ୍ୟକାନ୍ତ ମହାନ୍ତି , ସାନୁ ମଲ, ଅମିତ କୁମାର ବେଉରା ପରିଚାଳନା କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ଆଇଜିକେ ପକ୍ଷରୁ କରାଟେ ବେଲ୍ଟ ଟେଷ୍ଟ ଅନୁଷ୍ଠିତ

ପାରାଦୀପ ୦୩/୧୦/୨୦୨୧(ଓଡ଼ିଶା ସମାଚାର)- ଦେଶର ଅଗ୍ରଣୀ କରାଟେ ଅନୁଷ୍ଠାନ ଇଂଟରନ୍ୟାସନାଲ ଗୋସୋ କୋ ରିଓ କରାଟେ ଡୋ ଆସୋସିଏସନ୍ ରାଜ୍ୟ …

Leave a Reply

Your email address will not be published. Required fields are marked *